ରିପୋର୍ଟ କାର୍ଡ / ବଲାଙ୍ଗୀର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବିଲୁପଦର ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କୁ ଆଜି ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଫିରିଙ୍ଗିଆ ବ୍ଲକ ଶ୍ରୀପଲ୍ଲା ସଞ୍ଜୟ ସାହାଣୀ, ସିଙ୍ଗି ସାହାଣୀ , ବାଦୀଗୁଡାର ଜିତୁ କହଁର ଓ ପେନାଗିରିର ଅକ୍ଷୟ ବେହେରା। ଉଲେଖ ଯୋଗ୍ୟ- ବଳଦ କିଣାବିକାକୁ କେନ୍ଦ୍ର କରି ସୋମବାର ଗୁଳିକାଣ୍ଡ ଘଟିଥିଲା। ଗୁଳି ମାଡ଼ରେ ପ୍ରଭାସିନୀ ଏବଂ ତାଙ୍କ ନାବାଳକ ପୁତୁରା ସାବଜନ ଗୁରୁତର ହୋଇଥିଲେ। ପ୍ରଭାସିନୀଙ୍କ ଜଙ୍ଘରେ ଗୋଟିଏ ଗୁଳି ବାଜିଥିବା ବେଳେ ସାବାଜନଙ୍କ ପେଟରେ ଗୋଟିଏ ଗୁଳି ବାଜିଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..