ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାହୁଲ ଗାନ୍ଧିଙ୍କ ନିର୍ବାଚନ କ୍ଷେତ୍ର କେରଳ ଓ୍ବେନାର୍ଡସ୍ଥିତ ଅଫିସ ଭଙ୍ଗାରୁଜା ଘଟଣାରେ ପୋଲିସ ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ସେମାନେ ଅଫିସ ଭଙ୍ଗାରୁଜା କରିବା ସହ ଲାଗିଥିବା ମହାତ୍ମା ଗାନ୍ଧିଙ୍କ ଫଟୋକୁ ଭାଙ୍ଗି ଦେଇଥିଲେ । ରାହୁଲଙ୍କ ଅଫିସରେ କାମ କରୁଥିବା ୪ ଜଣ କର୍ମଚାରୀ ଗିରଫ ହୋଇଛ । ନିଜେ କଂଗ୍ରେସର କେତେକ କର୍ମୀ ଏହାକୁ ସ୍ପଷ୍ଟ କରିଛନ୍ତି । ଗତ ଜୁନ ୨୪ ତାରିଖରେ କେତେକ ଲୋକ ଓ୍ବେନାର୍ଡର କେଲପେଟ୍ଟାସ୍ଥିତ ରାହୁଲ ଗାନ୍ଧିଙ୍କ ଅଫିସରେ ପସି ଭଙ୍ଗାରୁଜା କରିଥିଲେ । ସେମାନେ ସିପିଆଇ ଅନୁବନ୍ଧିତ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ର ସଦସ୍ୟ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସେମାନେ ଅଫିସ କାନ୍ଥରେ ଝୁଲୁଥିବା ମହାତ୍ମା ଗାନ୍ଧିଙ୍କ ଫଟୋକୁ ମଧ୍ୟ ଛାଡ଼ିନଥିଲେ । କେରଳ ଜଙ୍ଗଲ ବଫର ଜୋନ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ନୀରବତାକୁ ବିରୋଧ କରି ଏସଏଫଆଇ ପକ୍ଷରୁ ତାଙ୍କ ଅଫିସ ଭଙ୍ଗାରୁଜା କରାଯାଇଥିଲା । ତେବେ ଏହା ସିପିଏମର ଚକ୍ରାନ୍ତ ବୋଲି ସେତେବେଳେ ଯୁବ କଂଗ୍ରେସ ଅଭିଯୋଗ କରିଥିଲା । ରାଜ୍ୟରେ ସୁନା ସ୍ମଗଲିଂ ମାମଲାରୁ ଲୋକମାନଙ୍କ ଦୃଷ୍ଟି ଦୂରେଇ ନେବାକୁ ସିପିଏମ ପକ୍ଷରୁ ଏପରି କାଣ୍ଡ କରାଯାଇଛି ବୋଲି କଂଗ୍ରେସ ନେତା ଭେନୁଗୋପାଳ ସେତେବେଳେ ଅଭିଯୋଗ କରିଥିଲେ ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..