Report Card Odisha

| Daily Odia News

ଔଷଧ କମ୍ପାନୀରେ ଅଗ୍ନିକାଣ୍ଡ,୪ ମୃତ…..

ରିପୋର୍ଟ କାର୍ଡ / ଅମରାବତୀ

ଆନ୍ଧପ୍ରଦେଶର ଅନାକପଲ୍ଲୀ ସ୍ଥିତ ଏକ ଔଷଧ କମ୍ପାନୀରେ ଅଗ୍ନିକାଣ୍ଡ ଘଟି ୪ ଜଣଙ୍କ ଜୀବନ ଚାଲି ଯାଇଛି । ଔଷଧ କମ୍ପାନୀର ଲ୍ୟାବ୍‌‌ରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୋଲିସ ସୂଚନାନୁଯାୟୀ, ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଘଟଣ ବିଷୟରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ଅମରନାଥ କହିଛନ୍ତି, ଆହତଙ୍କ ଚିକିତ୍ସା କରାଯାଉଥିବା ବେଳେ ସେ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀଙ୍କୁ ମଧ୍ୟ ଜଣାଯାଇଛି। ମନ୍ତ୍ରୀଙ୍କ କହିବାନୁଯାୟୀ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ଗଭୀର ଦୁଃଖ ଜଣାଇବା ସହ ୨୫ ଲକ୍ଷ ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା ସହ ସଠିକ୍‌‌ ଚିକିତ୍ସା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅଘଟଣ କେଉଁ କାରଣରୁ ଘଟିଛି ସେନେଇ ତଦନ୍ତ କରିବା ପାଇଁ ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

 

Breaking News