Report Card Odisha

| Daily Odia News

ଟ୍ରେନ ଭିତରେ ଗୁଳିମାଡ଼, ୪ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁମ୍ବାଇ-ଜୟପୁର ଯାଉଥିବା ପାସେଞ୍ଜର ଟ୍ରେନରେ ଗୁଳିମାଡ଼ ହୋଇଛି | ଜଣେ RPF ଯବାନଂକ ଗୁଳିମାଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି | ମୃତକଙ୍କ ମଧ୍ୟରେ ଜଣେ ଆରପିଏଫ୍ ASI ଙ୍କ ସହ ୩ ଜଣ ଯାତ୍ରୀ ରହିଛନ୍ତି।  ବନ୍ଧୁକସହ ଯବାନ ଚେତନସିଂ ଙ୍କୁ ଅଟକରଖିଛି ମୁମ୍ବାଇ ଜିଆରପି | ଗୁଳି ମାଡ଼ କରିବା ପରେ ଅଭିଯୁକ୍ତ ଚେତନ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ତେବେ ତାଙ୍କୁ ମୀରା ରୋଡ଼ ବୋରିବଲି ନିକଟରୁ ପୁଲିସ୍‌ ଗିରଫ କରିବା ସହ ବନ୍ଧୁକ ଜବତ କରିଛି। ବୋରିବଲି ରେଲୱେ ଷ୍ଟେଶନରେ ୪ ମୃତଦେହକୁ ରଖାଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ ସରକାରୀ ହସ୍ପିଟାଲ ପଠାଯିବ ବୋଲି ଜଣାଯାଇଛି।  ଖବର ପାଇ ବହୁ ବରିଷ୍ଠ ପୁଲିସ୍‌ ଓ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ୱେଷ୍ଟର୍ଣ୍ଣ ରେଳବାଇର ଡିସିପି କେ. ସନ୍ଦୀପ ବି କହିଛନ୍ତି, ଅଭିଯୁକ୍ତ କାହିଁକି ଏପରି କାଣ୍ଡ ଘଟାଇଲେ ତାହା ସ୍ପଷ୍ଟ ହୋଇନି। ପ୍ରାଥମିକ ଯାଞ୍ଚ ପରେ ଅଭିଯୁକ୍ତ କନଷ୍ଟେବଳଙ୍କ ମାନସିକ ସ୍ଥତି ଠିକ୍‌ ନ ଥିବା ଜଣାଯାଇଛି।

Breaking News