ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ପେଶଏକ୍ସର ଏକ ଫାଲକନ ରକେଟ ଚାରିଜଣ ମହାକାଶ ପର୍ଯ୍ୟଟକଙ୍କୁ ନେଇ ବୁଧବାର ରାତିରେ କେନେଡି ମହାକାଶ କେନ୍ଦ୍ରରୁ ତାହାର ପ୍ରଥମ ଅଭିଯାନରେ ଯାତ୍ରା କରିଛି। ଏଥିରେ ସମସ୍ତ ବେସାମରିକ ବ୍ୟକ୍ତି ମହାକାଶକୁ ଯାଇଛନ୍ତି ଏବଂ ସେମାନେ ମହାକାଶରେ ରହି ପୃଥିବୀକୁ ପ୍ରଦକ୍ଷିଣ କରିବେ। ଫ୍ଲୋରିଡାସ୍ଥିତ ମହାକାଶ କେନ୍ଦ୍ରରୁ ବୁଧବାର ରାତି ପ୍ରାୟ ୧୨ଟା ୨ ମିନିଟରେ ଏହି ମହାକାଶ ଯାନ ତାହାର ଯାତ୍ରାରମ୍ଭ କରିଥିଲା। ୧୨ ମିନିଟ ପରେ ଏହାର ଡ୍ରାଗନ କ୍ୟାପସୁଲ ରକେଟରୁ ପୃଥକ ହେବାସହତ ମହାକାଶଚାରୀମାନେ କକ୍ଷପଥରେ ପ୍ରବେଶ କରିଥିଲେ। ଏହି ମହାକାଶଯାନର ପୁନଃବ୍ୟବହାରଯୋଗ୍ୟ ପ୍ରଥମ ଭାଗ ପୃଥିବୀ ପୃଷ୍ଠକୁ ଫେରିବା ସହିତ ସମୁଦ୍ର ବକ୍ଷରେ ଅବତରଣ କରିଥିଲା। ଏଥିରେ ଯାତ୍ରା କରିଥିବା ଅରବପତି ୩୮ ବର୍ଷ ବୟସ୍କ ଜେୟାର୍ଡ ଇସାକମ୍ୟାନ କହିଛନ୍ତି, ଖୁବ କମ ଲୋକ ପୂର୍ବରୁ ମହାକାଶକୁ ଯାଇଛନ୍ତି ଏବଂ ଆଉ ଅନେକ ଯିବା ଅପେକ୍ଷାରେ ରହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ମହାକାଶଯାନ ପୃଥିବୀ ପୃଷ୍ଠରୁ ୩୫୭ ମାଇଲ (୫୭୫ କିଲୋମିଟର) ଉଚ୍ଚତାକୁ ଯିବ, ଯାହା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ଠାରୁ ମଧ୍ୟ ଅଧିକ ଦୂର। ପୃଥିବୀ ଚାରିପଟେ ତିନିଦିନ ବିତାଇବା ପରେ ଏହି ଚାରିଜଣ ମହାକାଶଚାରୀ ଫ୍ଲୋରିଡା ଉପକୂଳରେ ଅବତରଣ କରିବେ। ଏମାନଙ୍କ ମଧ୍ୟରେ ସମସ୍ତେ ଆମେରିକୀୟ ନାଗରିକ ବୋଲି ଜଣାଯାଇଛି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……