ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁର ହିଂସାକାଣ୍ଡ ଉଗ୍ରରୂପ ଧାରଣ କରିଛି | ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ବିରାଟ ହିଂସାକାଣ୍ଡ ର ରୂପନେଇଛି | ହିଂସାକାଣ୍ଡରେ ରବିବାର ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୪୦ ଉଗ୍ରପନ୍ଥୀ
ପ୍ରାଣ ହରାଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ନିକଟରେ ହୋଇଥିବା ଜାତିଆଣ ହିଂସା ସମୟରେ ସଶସ୍ତ୍ର କୁକି ଆଦିବାସୀମାନେ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରିଥିଲେ। ହିଂସାକାରୀ କୁକି ଆଦିବାସୀଙ୍କୁ ଗିରଫ କରିବା ଲାଗି ସୁରକ୍ଷାବାହିନୀ ପକ୍ଷରୁ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଚଢଉ ସମୟରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷରେ ୩୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ଅନ୍ୟ କେତେକଙ୍କୁ ଗିରଫ କରାଯାଇଛି। ଆଜିର ଚଢଉରେ ସେନାର ଜାଠ ରେଜିମେଣ୍ଟକୁ ସାମିଲ କରାଯାଇଥିଲା। ଅଭିଯାନ ସମୟରେ ଆତଙ୍କବାଦୀଙ୍କ ପକ୍ଷରୁ ମୋର୍ଟାର ମାଡ କରାଯାଇଥିଲା। ଏହା ସହିତ ସେମାନଙ୍କ ଠାରୁ ଏମ୍ ୧୬ ରାଇଫଲ, ଏକେ -୪୭ ଓ ସ୍ନାଇପର ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ସୂଚନା ଅନୁଯାୟୀ ଶନିବାର ରାତିରେ ଆତଙ୍କବାଦୀମାନେ ଇମ୍ଫାଲ ଉପତ୍ୟକା ଓ ଏହାର ଆଖପାଖ ୫ଟି ଅଞ୍ଚଳରେ ଆକ୍ରମଣ କରିଥିଲେ। ଚଳିତମାସ ପ୍ରଥମ ସପ୍ତାହରେ ନାଗାଲାଣ୍ଡର ମୈତେଇ ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ନେଇ ସରକାରଙ୍କ ପଦକ୍ଷେପକୁ ବିରୋଧ କରି କୁକି ଓ ନାଗା ସମ୍ପ୍ରଦାୟ ପକ୍ଷରୁ ହିଂସାକାଣ୍ଡ ଘଟାଯାଇଥିଲା। ଏହି ହିଂସାରେ ୭୦ଜଣଙ୍କର ମୃତ୍ୟୁ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ- ଆଜି ସ୍ଥିତି ସମୀକ୍ଷାପାଇଁ ଅମିତ ଶାହା ମଣିପୁର ଗ୍ରସ୍ତ କରିବେ |






More Stories
ଜାଣନ୍ତୁ ଚଳିତବର୍ଷର ବଜେଟ୍…..
ବଢିଲା ଏଲପିଜି ସିଲିଣ୍ଡର ଦର….
ରାଷ୍ଟ୍ରପତିଙ୍କୁ ଭେଟିଲେ ନିର୍ମଳା ସୀତାରମଣ……