ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରେଳ ବିଭାଗ ଶୁକ୍ରବାର ୪୦୧ ଟ୍ରେନ୍ ବାତିଲ୍ କରାଯାଇଥିବା ଜଣାପଡିଛି । ଖରାପ ପାଣିପାଗ ଏବଂ ପରିଚାଳନା ସ୍ଥିତିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ରେଳ ବିଭାଗ । ଉତ୍ତର ଭାରତରେ କୁହୁଡ଼ି ଜମି ରହିଥିବା ବେଳେ ବିଭିନ୍ନ ରାଜ୍ୟରେ ପାଗ ଖରାପ ରହିଛି । ଭାରତୀୟ ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୩୫୯ଟି ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ୍ କରିଦିଆଯାଇଛି । ଏଥି ସହିତ ୪୨ଟି ଟ୍ରେନ୍କୁ ଆଶିଂକ ଭାବେ ବାତିଲ୍ କରାଯାଇଛି । ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ପଶ୍ଚିମ ବଙ୍ଗ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ, ଓଡ଼ିଶା, ପଞ୍ଜାବ, ଆସାମ ଓ ବିହାର ଆଦି ରାଜ୍ୟରେ ଟ୍ରେନ୍କୁ ଗୁରୁବାର ପରିଚାଳନା ତ୍ରୁଟି ଦୃଷ୍ଟିରୁ ବାତିଲ୍ କରାଯାଇଥିଲା । ଗୁରୁବାର ୪୩୭ଟି ଟ୍ରେନ୍କୁ ବାତିଲ୍ କରିଥିଲା ବିଭାଗ । ହାୱଡ଼ା-ନୂଆଦିଲ୍ଲୀ ଏକ୍ସପ୍ରେସ, ପୁରୀ-ନୂଆଦିଲ୍ଲୀ ଏକ୍ସପ୍ରେସ, ଗୋରଖପୁର-ନୂଆଦିଲ୍ଲୀ ଏକ୍ସପ୍ରେସ, ମୁମ୍ବାଇ-ନୂଆଦିଲ୍ଲୀ ଏକ୍ସପ୍ରେସ ଏବଂ କାନପୁର-ନୂଆଦିଲ୍ଲୀ ଏକ୍ସପ୍ରେସ ସମେତ ପାଖାପାଖି ୧୩ଟି ଟ୍ରେନ ବିଳମ୍ବିରେ ଚାଲିଥିବା ଜଣାପଡ଼ିଛି ।
More Stories
ରାହୁଲଙ୍କ ଦ୍ୱାରା ହୋଇଥିବା ଅଭିଯୋଗ ଭିତ୍ତିହୀନ…..
ଆଉ ଏକ ଖୁଲାସା କଲେ ରାହୁଲ…..
ନୂଆ ଭାରତ ପରମାଣୁ ଧମକକୁ ଭୟ କରେ ନାହିଁ:ପ୍ରଧାନମନ୍ତ୍ରୀ…..