Report Card Odisha

| Daily Odia News

ସମସ୍ତେ କରୋନା ଗାଇଡ୍‌ଲାଇନ୍‌ ମାନନ୍ତୁ, ନହେଲେ କଠୋର ହେବ ପୋଲିସ:ପୋଲିସ ଡିଜିପି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ଅପରାହ୍ନରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଜନସାଧାରଣଙ୍କୁ କରୋନା ନିୟମ ପାଳନ କରିବାକୁ ନିବେଦନ କରିଛନ୍ତି । ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ି ଚାଲିଛି । କିଛି ଅମାନିଆ କରୋନା ନିୟମ ମାନୁନଥିବା ନେଇ ପୋଲିସ ଡିଜିପି ଅଭୟ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି | କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ବଢୁଛି । ସରକାରଙ୍କ ଦ୍ବାରା ଯେଉଁ ଗାଇଡ୍‌ଲାଇନ୍‌ ଜାରି କରାଯାଉଛି ତାହାକୁ ସମସ୍ତେ ପାଳନ କରିବା ଉଚିତ । କରୋନାର ଦ୍ବିତୀୟ ଲହର ଭୟଙ୍କର ଭାବେ ବୃଦ୍ଧିପାଇବାରେ ଲାଗିଛି । ମାସ୍କ ପିନ୍ଧିବା ସହିତ ଅତିକମରେ ୬ ଫୁଟ୍‌ ସାମାଜିକ ଦୂରତା ବଜାୟ ରଖିବାକୁ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି ପୋଲିସ ଡିଜି । ତେବେ ଆଗକୁ ଆଇନ ଶ୍ୟଙ୍ଖଳା ପରିସ୍ଥିତି ଉପୁଜିଲେ ପୋଲିସ ଆହୁରି କଠୋର ହେବ ବୋଲି ପୋଲିସ ଡିଜି ଚେତାଇ ଦେଇଛନ୍ତି । ଚଳିତ ଏପ୍ରିଲ ମାସରେ ମାସ୍କ ନ ପିନ୍ଧିବାରୁ ପ୍ରାୟ ୫ କୋଟି ୨୪ ଲକ୍ଷ ଟଙ୍କାର ଜୋରିମାନା ଆଦାୟ ହୋଇଛି । ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ବ ପାଳନ ନ କରିବା ପାଇଁ ମୋଟ ୫ କୋଟି ୬୬ ଲକ୍ଷ ୬୫ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଅନ୍ୟପକ୍ଷରେ କଟକଣା ମାନୁନଥିବାରୁ ୩୫୦ ଦୋକାନୀ, କୋଚିଂ ସେଣ୍ଟରକୁ ସିଲ କରାଯାଇଛି ଓ ପ୍ରାୟ ୪୧୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଏପ୍ରିଲ ମାସରେ ୧୮ ହଜାରରୁ ଅଧିକ ଗାଡ଼ି ଜବତ ହୋଇଛି ଓ ୭ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ଅନ୍ୟପକ୍ଷରେ ଏପ୍ରିଲରେ ୧୩୦୦ରୁ ଅଧିକ ଅବକାରୀ ମାମଲା ରୁଜ୍ଜୁ ହୋଇଛି ।

Breaking News