ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
PM-Poshan ଯୋଜନା ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର। ଏହି ଯୋଜନାକୁ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହାଦ୍ୱାରା ସାରା ଦେଶରେ ୧୧.୨ ଲକ୍ଷରୁ ଅଧିକ ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ଏହି ଯୋଜନା ଅଧୀନରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଏହି ଯୋଜନା ୫ ବର୍ଷ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିପାଇଁ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିସହ NEIA ଯୋଜନା ଜାରି ରଖିବା ସହ ଏବଂ ୫ ବର୍ଷ ମଧ୍ୟରେ ୧୬୫୦ କୋଟି ଟଙ୍କା ଅନୁଦାନ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି।






More Stories
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..
“ଆଜି,ଭାରତ ଏକ ସ୍ଥିର ସରକାର ସହିତ ବିଶ୍ୱ ସ୍ତରରେ ପ୍ରଗତି କରୁଛି……
BCIକୁ CJIଙ୍କ ପରାମର୍ଶ…..