ରିପୋର୍ଟ କାର୍ଡ / ଭୁବନେଶ୍ୱର
ଶ୍ରୀ ଜଗନ୍ନାଥଙ୍କ ମାଟିରେ ଛିଡାହେବା ମୋ ପାଇଁ ଅତ୍ୟନ୍ତ ଗବର୍ର ବିଷୟ’। ‘କ୍ଷମତା ସହିତ ଦାୟିତ୍ବ ମିଳିଥାଏ, ଏହାକୁ ନେଇ ବିଧାୟକ ଆଗକୁ ବଢିବା ଉଚିତ’। ଭୁବନେଶ୍ୱରରେ ୧୭ ତମ ଓଡିଶା ବିଧାନସଭାର ସଦସ୍ୟଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ପରେ ନିଜ ଅଭିଭାଷଣରେ ଏପରି କହିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍। ଓଡ଼ିଆରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି। ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅଭିବାଦନ ଜଣାଇଲେ ଉପରାଷ୍ଟ୍ରପତି। ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଆହୁରି କହିଛନ୍ତି, ଚଳିତ ଥର ବିଧାନସଭାକୁ ୮୨ ପ୍ରଥମ ଥର ନିର୍ବାଚିତ ବିଧାୟକ ଆସିଛନ୍ତି। ଏହା ଯୁବ ଓ ଅଭିଜ୍ଞତାର ଏକ ପ୍ରକୃଷ୍ଟ ମିଶ୍ରଣ। ନିଜ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ବିଶ୍ବାସ ଭାଜନ ହେବାକୁ ପରାମର୍ଶ’ ଦେଇଛନ୍ତି। ଅଭିଭାଷଣରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ଉପରାଷ୍ଟ୍ରପତି। ତାମିଲ ନେତା କେ. କାମରାଜଙ୍କ ସହ ବିଜୁ ପଟ୍ଟନାୟକଙ୍କ ତୁଳନା କରିଛନ୍ତି। ଉଭୟ ନେତା ନିଜ ନିଜ ରାଜ୍ୟରେ ବଳିଷ୍ଠ ନେତୃତ୍ବର ଉଦାହରଣ। ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ’ ଦେଇଛନ୍ତିା ଜଣେ ମହିଳାଙ୍କୁ ବାଚସ୍ପତି ନିର୍ବାଚିତ କରିଥିବାରୁ ସମସ୍ତ ବିଧାୟକଙ୍କୁ ଧନ୍ୟବାଦ ଦେଇଛନ୍ତିା ଗୃହକାର୍ଯ୍ୟକୁ ହାଲୁକା ଭାବେ ନ ନେବାକୁ ସମସ୍ତ ବିଧାୟକଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ଅଂଶଗ୍ରହଣ କରିବାକୁ ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି।






More Stories
ବାତ୍ୟାକୁ ନେଇ ବଡ ସୂଚନା ଦେଲେ ଆଇଏମଡି ଡିଜି…..
ପୁଣି ଆସୁଛି ବାତ୍ୟା!……
ବସ୍ ଭଡ଼ା ବୃଦ୍ଧି…..