Report Card Odisha

| Daily Odia News

୫ମ ବାର୍ଷିୋତ୍ସବ ଅବସରରେ ସାମାଜିକ ଦାୟିତ୍ୱବୋଧ ଓ “ସେବା ହିଁ ସମ୍ମାନ” ବିଷୟରେ ଆଲୋଚନା…

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟର ୫ମ ବାର୍ଷିକ ଉତ୍ସବ ଅବସର ରେ “ମହିରେ ଥିବା ଯେତେ ଦିନ ଆନନ୍ଦ କରୁଥିବା ମନ” କାର୍ଯ୍ୟକ୍ରମ ଆଜି ମା ବାଟ ଭୁଆସୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା | ଆମର ସାମାଜିକ ଦାୟିତ୍ୱବୋଧ ଓ ସେବା ହିଁ ସମ୍ମାନ ବିଷୟ ରେ ଆଲୋଚନା କରାଯାଇଛି | ଅନୁଷ୍ଠାନର ପ୍ରମୁଖ ସଦସ୍ୟ ଲଲିତ ମୋହନ ପଣ୍ଡା ଙ୍କ ଆରୋଗ୍ୟ ପାଇଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରାଯାଇଥିଲା | ସମାଜ ପାଇଁ ଆମ ମାନଙ୍କ ର ମଧ୍ୟ କର୍ତ୍ତବ୍ୟ ଅଛି, ପଇସା ମଣିଷ କୁ ଉପରକୁ ନେଇ ଯାଇ ପାରେ କିନ୍ତୁ ମଣିଷ ପଇସା ଉପରକୁ ନେଇ ଯାଇ ପାରିବ ନାହିଁ | ସମସ୍ତେ ନିଜର ବ୍ୟସ୍ତ ସମୟରୁ କିଛି ସମୟ ଦେଇ ସମାଜ ରେ ଶାନ୍ତି ଓ ଖୁସି ବାଣ୍ଟିବା ପାଇଁ କାମ କରିବା ନିମନ୍ତେ ଚେଷ୍ଟା କରିବାକୁ ଅନୁରୋଧ କରିଥିଲେ | ବାପା ମା ଙ୍କୁ ଅବହେଲା ନ କରି ସେମାନଙ୍କ ସହିତ ରକ୍ତ ଦାନ ପାରି “ସମୟ ଦାନ କରି” କିଛି ସମୟ କାଟିବା ସହିତ ସେମାନଙ୍କ ମୁହଁ ରେ ହସ ଫୁଟେଇ ଖୁସି କରନ୍ତୁ | ବିଗତ ୫ବର୍ଷ ରେ ଅବହେଳିତ ଛୋଟ ପିଲାମାନଙ୍କ ସହିତ କିଛି ଖୁସି ମୁହୂର୍ତ୍ତ, ଅବହେଳିତ ବୃଦ୍ଧ ବାପା ମା ସହିତ କିଛି ସମୟ କଟାଇ ସେମାନଙ୍କ ସହିତ ମିଳିତ ଭୋଜନ ସେବନ କରାଯିବା ପରି ବହୁ କାର୍ଯ୍ୟକ୍ରମ କରାଯାଇଛି | କରୋନା ମହାମାରୀ ସମୟରେ ଅସହାୟ ଗରିବ ଓ ଧନୀ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା| ବିଭିନ୍ନ ସମୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇ ଉତ୍କଳୀୟ ସଂସ୍କୃତି କୁ ପ୍ରମୋଟ ପାଇଁ ରଜ ପର୍ବ ଓ କାର୍ତ୍ତିକ ପୂର୍ଣ୍ଣିମା ପରି କାର୍ଯ୍ୟକ୍ରମ କରାଯାଇଥାଏ | ଯେଉଁ ମାନେ ଆମକୁ ଏହି କାର୍ଯ୍ୟକ୍ରମ ଗୁଡିକୁ ସଫଳ ହେବା ନିମନ୍ତେ ସାହାଯ୍ୟ ଓ ସହଯୋଗ କରିଛନ୍ତି ସେମାନଙ୍କୁ କୋଟି କୋଟି ପ୍ରଣାମ| ଆଜିର କାର୍ଯ୍ୟକ୍ରମ “ମହୀରେ ଥିବା ଯେତେ ଦିନ ଆନନ୍ଦ କରୁଥିବା ମନ” ସମସ୍ତେ ସମସ୍ତଙ୍କ ସହିତ ପରିଚିତ ହେବା ଓ ଖୁସିରେ କାଟିବା ସହିତ ମିଳିମିଶି ପ୍ରସାଦ ସେବନ କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା | ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଟ ଚିକିତ୍ସକ, ବରିଷ୍ଟ ସମ୍ମାନୀୟ ବ୍ୟକ୍ତି, ଅନୁଷ୍ଠାନ ର ସଦସ୍ୟା ଓ ସଦସ୍ୟ ମାନେ ଉପସ୍ଥିତ ରହି ଆଲୋଚନା ଯୋଗଦେଇଥିଲେ | ଶେଷରେ ସମସ୍ତେ ମିଳିମିଶି ଭୋଜନ ସେବନ କରିଥିଲେ | ମା ଦୁର୍ଗା ଭବାନୀ ଙ୍କ କୃପାରୁ ସମସ୍ତଙ୍କ କଲ୍ୟାଣ ପାଇଁ କାମନା କରାଯାଇଥିଲା |

Breaking News