ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲାଇନ୍ଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ଆଜି ସକାଳୁ ପଶ୍ଚିମବଙ୍ଗ ଜଳପାଇଗୁଡିର ମୟନାଗୁଡି ଷ୍ଟେସନରେ ଘଟିଛି ଏହି ଘଟଣା। ଗୁଡ୍ସ୍ ଟ୍ରେନ୍ର ୫ଟି ବଗି ଲାଇନଚ୍ୟୁତ ହୋଇଛି। ସୂଚନାନୁସାରେ, ଆଜି ସକାଳ ସାଢ଼େ ୬ଟାରେ ଆଲିପୁରଦାର ଡିଭିଜନର ନୂଆ ମୟନାଗୁଡି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ର ୫ଟି ଓ୍ୱାଗନ୍ ଲାଇନ୍ଚ୍ୟୁତ ହୋଇଛି। ଏହି କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ଟ୍ରେନ ଗୁଡିକ ଷ୍ଟେସନରେ ଅଟକି ରହିଛି। ତେବେ ସୌଭାଗ୍ୟବଶତଃ ଏସମସ୍ତ ଓ୍ୱାଗନ ଖାଲି ଥିଲା। ସେପଟେ ଏହି ଘଟଣାରେ ଷ୍ଟେସନର ଜଳ ଯୋଗାଣ ପାଇପଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପ୍ରତି ମରାମତି କାମ ଚାଲିଛି। ଏହି ରୁଟ୍ ଦେଇ ଯାଉଥିବା ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍ର ଗତିକୁ ପରିବର୍ତ୍ତନ କରାଯାଇଛି। ଖୁବଶୀଘ୍ର ମରାମତି କାମ ସରିବ ବୋଲି ରେଳ ଅଧିକାରୀମାନେ କହିଛନ୍ତି। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ଏ ନେଇ ଯାଞ୍ଚ ଜାରି ରହିଥିବା କହିଛନ୍ତି ଅଲିପୁରଦାର ଡିଭିଜନର ଡିଆର୍ଏମ୍।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……