ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ମୋରଦାବାଦରେ ଥିବା ଗୋଟିଏ ୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରହୋଇଛନ୍ତି। ବିଳମ୍ବିତ ରାତିରେ ହଠାତ୍ ବିଲଡିଂରେ ନିଆଁ ଲାଗି ଯାଇଥିଲା। ଚାହୁଁଚାହୁଁ ପୂରା ବିଲଡିଂ ହୁତହୁତ ହୋଇ ଜଳିଥିଲା। ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେବା ସହ ନିଆଁ ଲିଭା କାମରେ ଲାଗି ପଡ଼ିଥିଲେ। ଅଗ୍ନିଶମ ବାହିନୀର ୫ଟି ଗାଡ଼ି ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ କର୍ମଚାରୀମାନେ ନିଆଁ ଭିତରୁ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଜୀବନ ବଞ୍ଚାଇବା ସମ୍ଭବ ହୋଇପାରି ନାହିଁ। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ଛୋଟ ପିଲା ରହିଛନ୍ତି। ସେହିପରି ଘଟଣାରେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..