ରିପୋର୍ଟ କାର୍ଡ / ରାୟଗଡ଼ା
ନିର୍ମାଣାଧୀନ କଲଭର୍ଟ ଛାତ ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଶିଶୁ ଅଛନ୍ତି। ରାୟଗଡ଼ା କଲ୍ୟାଣସିଂହପୁର ଉପରସାଜା ନିକଟରେ ଘଚିଛି ଏହି ଅଘଟଣ। କଲ୍ୟାଣସିଂହପୁର ଉପରସାଜା ନିକଟ ଏକ ନାଳ ଉପରେ ଏକ କଲଭର୍ଟ କାମ ଚାଲିଥିବା ବେଳେ ୨ ମାସ ହେଲା ଛାତ ପଡ଼ିଥିଲା । ଏହାପରେ ଲଗାଣ ବର୍ଷା ଆରମ୍ଭ ହେବାରୁ କଲଭର୍ଟ କାମ ଅଟକି ରହିଥିଲା। ଆଜି କିଛି ଲୋକ ଓ ଶିଶୁ ଉକ୍ତ ନାଳରେ ଗାଧୋଉଥିଲେ। ଏହି ସମୟରେ ୫ ଜଣଙ୍କ ଉପରେ ବ୍ରିଜଟି ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ଏହି ଅଘଟଣ ଯୋଗୁ କିଛି ଆହତ ହୋଇଥିବା ବେଳେ ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ମିଳି ପାରିନି।






More Stories
ରାଜ୍ୟରେ ସକାଳୁଆ ସ୍କୁଲ…..
କନିଷ୍ଠ ଶିକ୍ଷକ ହେଲେ ନିୟମିତ…..
ସରିଲା ମାଟ୍ରିକ ଖାତାଦେଖା…..