ରିପୋର୍ଟ କାର୍ଡ / ବଲାଙ୍ଗୀର
ସନ୍ସାଇନ୍ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୋଲିସ ୫ ଦିନିଆ ରିମାଣ୍ଡରେ ନେଇଛି । ଗୋବିନ୍ଦଙ୍କୁ ଗତକାଲି ଗିରଫ ପରେ ପୋଲିସ ଆଜି ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ହାଜର କରିଥିଲା। ଗୋବିନ୍ଦଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା । କିନ୍ତୁ କୋର୍ଟ ଗୋବିନ୍ଦଙ୍କୁ ୫ ଦିନିଆର ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ମମିତା ମେହେର ଗତ ୮ ତାରିଖ ଦିନ ନିଖୋଜ ହୋଇଥିଲେ। ଏହି ଘଟଣାରେ ପୁଲିସ ଗୋବିନ୍ଦଙ୍କୁ ଅକ୍ଟୋବର ୧୯ ତାରିଖରେ ଆଖୁ କିଆରିରୁ ଗିରଫ କରିଥିଲା। ପୁଲିସ ଗୋବିନ୍ଦଙ୍କୁ ନିଜ ଅଧିନକୁ ଆଣି ପଚରା ଉଚରା କରିଥିଲା
Discussion about this post