ରିପୋର୍ଟ କାର୍ଡ / ଝାରସୁଗୁଡା
ଭୟଙ୍କର ଦୁର୍ଘଟଣାରେ ୫ ପୋଲିସ ଅଧିକାରୀଙ୍କର ମୃତ୍ୟୁ ହୋଇଛି |ଏକ ବାହାଘର ଭୋଜି ଖାଇ ଭୋରରୁ ଫେରୁଥିବା ବେଳେ ଟ୍ରେଲର ଏବଂ ପୋଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣ ପୋଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲାରେ। ଆଉ ଜଣେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ବୋଲି ସିଡିଏମଓ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ରେଙ୍ଗାଲି କୁ ଏକ କନଷ୍ଟେବଳଙ୍କ ବାହାଘରର ଭୋଜିକୁ ରିଜଭ ପୋଲିସର ୮ ଜଣ ପୋଲିସ ଅଧିକାରୀ ଯାଇଥିଲେ। ଭୋରରୁ ଭୋଜି ଖାଇ ଫେରୁଥିବା ସମୟରେ ଏଚ କଟାପାଲି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ସାମ୍ନା ପଟରୁ ପୋଲିସ ବୋଲେରୋ କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ଲିଙ୍ଗରାଜ ଧୁନୁଆ, ଭକ୍ତ ମିର୍ଦ୍ଧା, ନିରଞ୍ଜନ କୁଜୁନ, କାସିରାମ ଭୋଇ ଏବଂ ଦେବଦତ୍ତ ଶା ଙ୍କର ମୃତ୍ୟୁ ଘଟିଛି।






More Stories
ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ…..
ନବ ଦାସ ହତ୍ୟା ଘଟଣା:ପିଏସ୍ଓଙ୍କ ସାକ୍ଷ୍ୟ ଗ୍ରହଣ…..
ବଜେଟ ଅନ୍ତସାର ଶୂନ୍ୟ ଓ କେବଳ ପ୍ରଚାରଧର୍ମୀ:ବିଜେଡି…..