Report Card Odisha

| Daily Odia News

୫ ସଂସଦୀୟ କମିଟିରେ ଓଡ଼ିଶାର ୬ ସାଂସଦଙ୍କୁ ମନୋନୀତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୫ ସଂସଦୀୟ କମିଟି ପାଇଁ ଓଡ଼ିଶାର ୬ ଲୋକସଭା ସାଂସଦଙ୍କୁ ମନୋନୀତ କରାଯାଇଛି। ଏ ନେଇ ଲୋକସଭା ସଚିବାଳୟ ଦ୍ବାରା ଜାରି ବୁଲେଟିନ୍‌ରେ ସୂଚନା ଦିଆଯାଇଛି। ‘କମିଟି ଅନ୍‌ ଏଥିକ୍ସ’ରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ, ‘କମିଟି ଅନ୍‌ ଗମେଣ୍ଟ୍‌ ଆସୁରାନସ୍’ରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ, ‘କମିଟି ଅନ୍ ପେପର୍‌ ଲେଡ୍ ଅନ୍‌ ଦ ଟେବୁଲ୍‌’ରେ କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, ‘କମିଟି ଅନ୍‌ ସବ୍‌ଅର୍ଡିନେଟ୍‌ ଲେଜିସଲେସନ୍‌’ରେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପିର ସୁରେଶ ପୂଜାରୀ ଓ ‘ହାଉସ୍‌ କମିଟି’ରେ ବିଜେପି ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି।

Breaking News