ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର କେଣ୍ଟୁକିର ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ବାତ୍ୟା ଯୋଗୁଁ ପ୍ରାୟ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାର ନେଇ ସୂଚନା ମିଳିଛି । କେଣ୍ଟୁକିର ରାଜ୍ୟପାଳ ଏଣ୍ଡି ବେଶେୟର ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ଅଞ୍ଚଳରେ ଉପସ୍ଥିତ ଅଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମେଫିଲ୍ଡ ଅଞ୍ଚଳରେ ଥିବା ମହମବତୀ କାରଖାନା ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି । କୁହାଯାଉଛି ଯେ କି ଯେଉଁ ସମୟରେ ବାତ୍ୟା ହୋଇଥିଲା, ସେହିସମୟରେ କାରଖାନାରେ ୧୦୦ରୁ ଅଧିକ ଲୋକ କାମ କରୁଥିଲେ । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାତି ଡ୍ୟୁଟି କରୁଥିବା ୧୦୦ ରୁ ଅଧିକ ଲୋକେ କାରଖାନା ଭିତରେ ଫସିରହିଥିବା ସନ୍ଦେହ କରାଯାଉଛି ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..