ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନୂଆ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୫ଜି ମୋବାଇଲ ସେବା ଆରମ୍ଭ ହେବ । ଏନେଇ ଆଜି ଲୋକସଭାରେ ନିଜର ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶରେ ୫ଜି ସେବା ଆରମ୍ଭ ପାଇଁ ୨୦୨୨ରେ ହିଁ ୫ଜି ସ୍ପେକ୍ଟ୍ରମ ନିଲାମ ହେବ ଓ ୨୦୨୩ ମାର୍ଚ୍ଚ ପୂର୍ବରୁ ହିଁ ଦେଶରେ ୫-ଜି ସେବା ଆରମ୍ଭ ହେବ । ଦେଶରେ ଏକ ସୁଦୃଢ ୫-ଜି ବାତାବରଣ ସୃଷ୍ଟି ପାଇଁ ଡିଜାଇନ ଭିତ୍ତିକ ଉତ୍ପାଦନ କ୍ଷେତ୍ରକୁ ପ୍ରେତ୍ସାହନ ଦିଆଯିବ । ପିଏଲଆଇ ବା ଉତ୍ପାଦନ ଭିତ୍ତିକ ପ୍ରେତ୍ସାହନ ସ୍କିମ ମାଧ୍ୟମରେ ଏହି ପ୍ରେତ୍ସାହନ ଦିଆଯିବ । ଭାରତ ନେଟ ପ୍ରକଳ୍ପ ଅଧିନରେ ଦେଶର ସବୁ ଗ୍ରାମକୁ ଅପ୍ଟିକାଲ ଫାଇବର ସଂଯୋଗ କରାଯିବ । ଏଥିପାଇଁ ୨୦୨୨ ଓ ୨୦୨୩ରେ ଠିକା ପ୍ରଦାନ କରାଯିବ ଓ ୨୦୨୫ ସୁଦ୍ଧା ଅପଟିକାଲ ଫାଇବର ବିଛାଇବା କାମ ସଂପୂର୍ଣ୍ଣ ହେବ ।






More Stories
ଶପଥ ନେଲେ ଜୟ ଢୋଲକିଆ…..
୨୬୪ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ…..
ଜିଲ୍ଲାପାଳ-ଏସପି ସମ୍ମିଳନୀ……