Report Card Odisha

| Daily Odia News

୫-ଜି ସେକ୍ଟ୍ରମ୍‌ ନିଲାମୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି ହାଇସ୍ପିଡ୍‌ ଇଣ୍ଟରନେଟ୍‌ ୫-ଜି ସେକ୍ଟ୍ରମ୍‌ ନିଲାମୀ ହେବ । ଏହି ନିଲାମୀ ଦୌଡରେ ୪ଟି ନାମୀଦାମୀ କମ୍ପାନୀ ଅଂଶଗ୍ରହଣ ଥିବା ସୂଚନା ମିଳିଛି । ଜିଓ, ବିଏସ୍‌ଏନ୍‌ଏଲ, ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆ ଭଳି କମ୍ପାନୀ ମାନେ ନିଲାମୀ ରେସରେ ରହିଥିବା ଜଣାପଡ଼ିଛି । ଭାରତୀୟ ଉପଭୋକ୍ତାଙ୍କୁ ସେପ୍ଟେମ୍ବର ସୁଦ୍ଧା କମ୍ପାନୀ ସେବା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି । ଏହି ୫-ଜି ସେବା ଆରମ୍ଭ ହେଲେ ଏହା ୪-ଜି ତୁଳନାରେ ୧୦ ଗୁଣା ଅଧିକ ଗତିରେ ଚାଲିବ ବୋଲି କୁହାଯାଉଛି । ଟେଲିକମ୍‌ ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ରିଲିଏନ୍ସ ବା ଜିଓ ଟେଲିକମ୍‌ ବିଭାଗରେ ୧୪ ହଜାର କୋଟି ଟଙ୍କା ଜମା କରିଛି । ସେହିପରି ଏୟାରଟେଲ ୫,୫୦୦କୋଟି, ଭୋଡାଫୋନ୍‌-ଆଇଡିଆ ୨,୨୦୦କୋଟି ଓ ଆଦାନୀ ଡାଟା ନେଟଓ୍ୱାର୍କ କେବଳ ୧୦୦କୋଟି ଟଙ୍କା ଜମା କରିଥିବା ଜଣାପଡ଼ିଛି । ନିଲାମି ଦୌଡରେ ବହୁ ଆଗରେ ଜିଓ ରହିଥିବା ଦେଖିବାକୁ ମିଳିଛି ।

Breaking News