ରିପୋର୍ଟ କାର୍ଡ / ଗଞ୍ଜାମ
ଅନେକ ବିରୋଧ ଭିତରେ ଗଞ୍ଜାମ ଜିଲ୍ଳା ଗସ୍ତରେ ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ | ଆଜି ପାଣ୍ଡିଆନଙ୍କର ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନ। ଭଞ୍ଜନଗରର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଂଚିଥିଲେ ସଚିବ । ସଚିବଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପୋଷାକର ରଙ୍ଗ କିଛି ଭିର୍ଣ୍ଣ ଥିଲା । ଗତକାଲି ଗୋଲାପି ଟି-ସାର୍ଟରେ ନଜର ଆସିଥିବା ସୁରକ୍ଷା କର୍ମୀ ଆଜି ନୀଳ ରଙ୍ଗର ଟି-ସାର୍ଟ ପିନ୍ଧି ଥିବା ଦେଖିବାକୁ ମିଳିଛି । ତେବେ ସଚିବଙ୍କ ସୁରକ୍ଷାରେ ନିୟୋଜିତ ଏହି ସୁରକ୍ଷା କର୍ମୀଙ୍କ ପୋଷାକର ରଙ୍ଗ ବଦଳାଯିବା ଖବର ଚର୍ଚ୍ଚାର ବିଷୟ ହୋଇଛି । ସୁରକ୍ଷାକର୍ମୀଙ୍କ ପୋଷାକର ରଙ୍ଗ ବଦଳାଇବା ପଛର କାରଣ କାଳିମାଡ଼ ନୁଁହେତ ? ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋରଧରିଛି | ସଭାକୁ ଯାଉଥିବା ଲୋକଙ୍କୁ ପାଣି ବୋତଲ ,ବ୍ୟାଗ ନେବା ବରନଥିବା ବେଳେ ଏବଂ କଳା ପୋଷାକ ପିନ୍ଧିଥିବା ଲୋକଙ୍କୁ ସଭା ସ୍ଥଳକୁ ଯିବାକୁ ଦିଆଯାଉନଥିଲା |






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..