ରିପୋର୍ଟ କାର୍ଡ / ଗଞ୍ଜନ
ଆଜିଠାରୁ ୩ ଦିନିଆ ଗଞ୍ଜାମ ଗସ୍ତରେ ଯାଉଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଗସ୍ତ ପୂର୍ବରୁ ୫- ଟି ସଚିବଙ୍କୁ ବିରୋଧ ବଢ଼ିବାରେ ଲାଗିଛି । ସଭାସ୍ଥଳଠୁ ଆରମ୍ଭ କରି ରାସ୍ତାକଡ ପର୍ଯ୍ୟନ୍ତ, ସବୁଠି ମୁଖ୍ୟମନ୍ତ୍ରୀ-ବିଧାୟକ ଓ ସଚିବଙ୍କ ନାଁରେ ଦେଖିବାକୁ ମିଳିଛି ବିରୋଧାତ୍ମକ ଲେଖାରେ ସ୍ଲୋଗାନ। କନିଶି ବ୍ଲକ, ତହସିଲ ଅଫିସ୍, ଦୋକାନ ଘର, ସବୁଠି ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସଚିବଙ୍କ ବିରୋଧରେ ମାଳ ମାଳ ଲେଖା ଲେଖାଯାଇଛି। ଅନ୍ୟପକ୍ଷରେ ୫- ଟି ସଚିବଙ୍କ ଗସ୍ତକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ୧୧ଟି ପ୍ରଶ୍ନ ପଚାରିଥିବା ବେଳେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ସଚିବ ଶାସନଙ୍କୁ ନେଇ ଭି.କେ ପାଣ୍ଡିୟାନଙ୍କୁ ଟାର୍ଗେଟ୍ କରିଛନ୍ତି।






More Stories
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..
ଜମ୍ମୁ କାଶ୍ମୀରରେ ଭୂକମ୍ପ…..