ରିପୋର୍ଟ କାର୍ଡ /ପୁରୀ
କାକଟପୁରର ପ୍ରସିଦ୍ଧ ମା ମଙ୍ଗଳାଙ୍କ ପୀଠରେ ଆଜି ୫ଟି ସଚିବ ଭି କେ ପାଣ୍ଡିଆନ୍ ପହଞ୍ଚି ସୌନ୍ଦର୍ଯ୍ୟକରଣ କାମର ସମୀକ୍ଷା କରିଛନ୍ତି। ୫ଟି ସଚିବ ମଙ୍ଗଳାଙ୍କ ପୀଠରେ ପହଞ୍ଚି ମାଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ତାଙ୍କ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରମୁଖ ବି ଉପସ୍ଥିତ ଥିଲେ। ଏଠାକାର ପାର୍କିଂ ବ୍ୟବସ୍ଥା, ରୋଷଶାଳା ଓ ପାରିପାର୍ଶ୍ବିକ ସ୍ଥିତିର ଅନୁଧ୍ୟାନ କରିଥିଲେ ୫ଟି ସଚିବ। ସୂଚନାଯୋଗ୍ୟ, ପୂର୍ବରୁ ୫ଟି ସଚିବ ପୁରୀ ଯାଇ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକୁ ଶୀଘ୍ର ସଂପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ।ଏହାଛଡ଼ା ସେ ଚନ୍ଦ୍ରଭାଗାରେ ପହଞ୍ଚି ପାରିପାର୍ଶ୍ବିକ ଉନ୍ନତିମୂଳକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି । ଚନ୍ଦଭାଗାରୁ କୋଣାର୍କ ଯାଇଥିଲେ ୫ଟି ସଚିବ ।






More Stories
ଓଏଏସ୍ ସ୍ତରରେ ଅଦଳ ବଦଳ…..
ସ୍ୱତନ୍ତ୍ର ଟ୍ରେନରେ ରାଷ୍ଟ୍ରପତି ଙ୍କ ବ୍ରହ୍ମପୁର ଗସ୍ତ…..
ଭୁବନେଶ୍ୱରରେ ରାଷ୍ଟ୍ରପତି……