ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ସମୀକ୍ଷା କଲେ ୫ ଟି ସଚିବ । ଭୁବନେଶ୍ୱରକୁ ସ୍ମାର୍ଟ ସିଟି ରୂପେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଦିଗରେ ଆଗକୁ ବଢୁଛନ୍ତି ରାଜ୍ୟ ସରକାର | ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ୫ ଟି ସଚିବ ଭି.କେ ପାଣ୍ଡିଆନ୍ ଏବଂ ଭୁବନେଶ୍ୱର ବିକାଶ ପ୍ରାଧିକରଣ ଉପାଧ୍ୟକ୍ଷ ସଞ୍ଜୟ କୁମାର ସିଂ ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ରାଜ୍ୟର ସବୁଠୁ ବ୍ୟସ୍ତବହୁଳ ବସ୍ ଟର୍ମିନାଲ୍ ମଧ୍ୟରୁ ଅନ୍ୟତମ ହେଉଛି ବରମୁଣ୍ଡା ବସଷ୍ଟାଣ୍ଡ | ପ୍ରତିଦିନ ଶହ ଶହ ବସ୍ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି।ଯାତ୍ରୀମାନଙ୍କ ସୁବିଧା, ନିରାପତ୍ତା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି 5T ସଚିବଙ୍କ ପଦକ୍ଷେପ ଅନୁଯାୟୀ ଏହି ବସ୍ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ଚାଲିଛି।






More Stories
୧୦ରେ ରାଜ୍ୟ କ୍ୟାବିନେଟ୍…..
ସସ୍ମିତଙ୍କ ଇସ୍ତଫା ଗୃହୀତ…..
କୁଆପଥର ବର୍ଷା ସହ ଝଡ଼ପବନ…..