ରିପୋର୍ଟ କାର୍ଡ / ଗଞ୍ଜାମ
୬ ମାସ ମଧ୍ୟରେ ଗଞ୍ଜାମର ସବୁ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି କଲେଜ ସ୍ମାର୍ଟ କ୍ଲାସରେ ରୂପାନ୍ତରିତ ହେବ। ଆଜି ଗଞ୍ଜାମ ଗସ୍ତ କରି 5-T ସଚିବ ଭି.କେ. ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି । ବ୍ରହ୍ମପୁର ବିବେକବିହାରରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି ପାଣ୍ଡିଆନ । କ୍ଲାସରୁମର ଏବେକାର ଫଟୋ ଏବଂ ୬ ମାସ ପରର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିବ ବୋଲି ସେ କହିଛନ୍ତି । ନିଜ ଗୁରୁଙ୍କ କଥା କହି ମୂଲ୍ୟବୋଧ ସମ୍ପର୍କରେ ପିଲାମାନଙ୍କୁ ବୁଝାଇଛନ୍ତି । କଲେଜର ୫ ବର୍ଷ ଜୀବନ ସବୁଠୁ ମୂଲ୍ୟବାନ । ୧୯୯୫ରେ ଡିଗ୍ରୀ ଶେଷ କରି ଭବିଷ୍ୟତ ଜୀବନ ସ୍ବପ୍ନ ଦେଖି ପରିଶ୍ରମ କରି IAS ଅଫିସର ହେବାର ଅଭିଜ୍ଞତା ବଖାଣିଲେ 5-T ସଚିବ । ଦିନକୁ କିଭଳି ୨୦ କିଲୋମିଟର ସାଇକେଲରେ ଯିବା ଆସିବା କରୁଥିଲେ ପାଠ ପଢିବା ସମୟରେ, ସେ କଥା କହିଲେ । ପରିଶ୍ରମ କରି ଭଲ ମଣିଷ ହୋଇ ଚିଠି ପଠାଇଲେ ବହୁତ ଖୁସି ହେବି ବୋଲି 5-T ସଚିବ କହିଛନ୍ତି । ଏହାସହ ବାପା-ମା’ଙ୍କ ସ୍ବପ୍ନ ସାକାର କରିବାକୁ ଛାତ୍ରଛାତ୍ରୀଙ୍କୁ ଭି.କେ. ପାଣ୍ଡିଆନ ପରାମର୍ଶ ଦେଇଛନ୍ତି ।
More Stories
ଆଦାନୀ ଓଡ଼ିଶା ସରକାରଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ….
ବଢ଼ିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ…..
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..