ରିପୋର୍ଟ କାର୍ଡ / ପିପିଲି
୫ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧୀ ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି ତାଙ୍କ ଉପରକୁ କାଳି ମାଡ଼ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ଭାସ୍କର ସାହୁ ନାମକ ବ୍ୟକ୍ତି ତାଙ୍କ ଉପରକୁ କାଳି ମାଡ଼ କରିଥିଲେ। କାଳି ୫ଟି ସଚିବ ଭି. କେ ପାଣ୍ଡିଆନଙ୍କ ମୁହଁରେ ପଡ଼ିଥିଲା। ଏହା ସହିତ ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ କାଳି ପଡ଼ିଥିଲା। କାଳିମାଡ଼ କରିଥିବା ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ତାଙ୍କ ଘର ସତ୍ୟବଦୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଭାସ୍କର କାହିଁକି ପାଣ୍ଡିଆନଙ୍କୁ କାଳିମାଡ଼ କଲେ, ତାହା ଜଣାପଡ଼ି ନାହିଁ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..