ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଣିପୁରରେ ୨ଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଘଟଣାରେ ସମ୍ପୃକ୍ତ ଥିବା ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷିୟ ୟୁମ୍ଲେମ୍ବାମ୍ ନୁଙ୍ଗ୍ସିଥୋଇ ମେତେଇ ବୋଲି ପୋଲିସ ସୂଚନା ରୁ ଜଣାପଡିଛି । ୟୁମ୍ଲେମ୍ବାମ୍ଙ୍କୁ ମିଶାଇ ଏହି ମାମଲାରେ ପୋଲିସ ଏଯାବତ୍ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି। ଗୁରୁବାର ସକାଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ହୁଇରେମ୍ ହେରାଦାସ ସିଂହଙ୍କୁ ପୋଲିସ ଗିରଫ କରିଥିଲା। ପରେ ଦଳେ ଉତ୍ତ୍ୟକ୍ତ ମହିଳା ତାଙ୍କ ଘର ପୋଡ଼ି ପକାଇଥିଲେ। ଏହାପରେ ଶୁକ୍ରବାର ସୁଦ୍ଧା ପୋଲିସ ଏହି ମାମଲାରେ ସମ୍ପୃକ୍ତ ଥିବା ଆଉ ୩ ଜଣଙ୍କୁ ଗିରଫ କରିଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଅଧିକ ତଦନ୍ତ ନିମନ୍ତେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ୧୧ ଦିନ ପାଇଁ ପୋଲିସ ‘କଷ୍ଟଡି’କୁ ପଠାଇ ଦିଆଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..