ରିପୋର୍ଟ କାର୍ଡ / ଯାଜପୁର
ବାହାନଗା ରେଳ ଦୁର୍ଘଟଣାର ଭୟ ମନରୁ ଯାଇନଥିବା ବେଳେ ୫ ଦିନରେ ଘଟିଛି ଆଉ ଏକ ରେଳ ଦୁର୍ଘଟଣା | ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିକଟ ରେଳ ଧାରଣା ନିକଟରେ ଠିଆ ହେଇଥିବା ମାଲ ଗାଡି ବଗି ଚଢି ଯିବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ୨ ଜଣଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଛି। ଏମାନେ ସମସ୍ତେ ରେଳ ଲାଇନ ସଜାଡ଼ିବା କାମରେ ନିୟୋଜିତ ଥିଲେ। ମୃତକ ମାନଙ୍କ ପରିଚୟ ଏଯାବତ୍ ମିଳି ପାରିନି। ସୂଚନା ମୁତାବକ ଆଜି ଅପରାହ୍ନରେ ହଠାତ ଘୁର୍ଣ୍ଣିଝଡ଼ ବର୍ଷା ଲାଗି ରହିଥିଲା। ଏହି ବର୍ଷାରୁ ବର୍ତ୍ତିବା ପାଇଁ ଯାଜପୁର ରୋଡ ରେଳ ଷ୍ଟେସନ ଚୂନଭାଟି ପ୍ଲଟ ନିଜଟରେ କିଛି ଶ୍ରମିକ ରେଳ ଧାରଣାରେ ରହିଥିବା ଏକ ମାଲ ବାହୀ ଟ୍ରେନ ତଳେ ରହି ଯାଇଥିଲେ। ହଠାତ ଇଂଜିନ ବିହୀନ ମାଲ ଗାଡିଟି ଗଡିବାକୁ ଲାଗିଥିଲା। ଯାହାଫଳରେ ଟ୍ରେନ ତଳେ ରହିଥିବା ଶ୍ରମିକ ମାନଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଶ୍ରମିକ ଚିକିତ୍ସିତ ହେଉଥିବା ବେଳେ ଯାଜପୁର ରୋଡ ମେଡିକାଲରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ଜଣାପଡିଛି | ଦୁଇ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।






More Stories
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..
୭ରେ ଓଡ଼ିଶା ଆସିବେ ଅମିତ ଶାହ…..
ମାଟ୍ରିକ ପରୀକ୍ଷା ପାଇଁ ୩୭ଟି ସ୍ବତନ୍ତ୍ର ସ୍କ୍ବାଡ….