Report Card Odisha

| Daily Odia News

‘ବ୍ରିକ୍‌ସ୍‌’ଗ୍ରୁପିଙ୍ଗ୍‌ ରେ ଯୋଗ ଦେବେ ଆଉ ୬ ଦେଶ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ଣ୍ଣକାଳୀନ ସଦସ୍ୟତା ପାଇଁ ‘ବ୍ରିକ୍‌ସ୍‌’ ଗ୍ରୁପିଙ୍ଗ୍‌ ଆଉ ୬ଟି ଦେଶକୁ ଆମନ୍ତ୍ରଣ କରିବ ବୋଲି ଆଜି ଅପରାହ୍ଣରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍‌ ରାମଫୋସା କହିଛନ୍ତି। ଏ ସବୁ ଦେଶ ହେଉଛନ୍ତି, ଇଜିପ୍ଟ୍‌, ଇଥିଓପିଆ, ଇରାନ୍‌, ଆର୍ଜେଣ୍ଟିନା, ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ଓ ସାଉଦି ଆରବ। ଆସନ୍ତା ବର୍ଷ ଜାନୁଆରି ୧ ତାରିଖରୁ ସେମାନଙ୍କର ସଦସ୍ୟତା କାର୍ଯ୍ୟକାରୀ ହେବ। ଏଥିସହିତ ସେମାନେ ‘ବ୍ରିକ୍‌ସ୍‌’ ସଦସ୍ୟ ରା‌ଷ୍ଟ୍ର ‘ବ୍ରାଜିଲ୍‌, ରୁଷ୍‌, ଚୀନ୍‌, ଭାରତ ଓ ଦକ୍ଷିଣ ଆଫ୍ରିକା’ ଗ୍ରୁପ୍‌ରେ ଯୋଗ ଦେବେ ବୋଲି ରା‌ମଫୋସା କହିଛନ୍ତି। ଜୋହନେସ୍‌ବର୍ଗରେ ସାମ୍ବାଦିକମାନଙ୍କୁ ରାମଫୋସା କହିଛନ୍ତି, ‘ବ୍ରିକ୍‌ସ୍‌’ର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ପ୍ରକ୍ରିୟା ନିମନ୍ତେ ଆମ ସମସ୍ତଙ୍କର ସମ୍ମତି ରହିଛି। ପୂର୍ଣ୍ଣକାଳୀନ ସଦସ୍ୟ ହେବା ନିମନ୍ତେ ଆମେ ଉପରୋକ୍ତ ଦେଶମାନଙ୍କୁ ଆମନ୍ତ୍ରଣ କରିଛୁ। ରାମଫୋସଙ୍କ ଘୋଷଣା ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରୋକ୍ତ ୬ ଦେଶଙ୍କୁ ସ୍ବାଗତ କରିଥିଲେ। ସମ୍ପ୍ରତି ପ୍ରଧାନମନ୍ତ୍ରୀ ମୋଦୀ ‘ବ୍ରିକ୍‌ସ୍‌’ ଶିଖର ବୈଠକରେ ଯୋଗ ଦେବା ପାଇଁ ଜୋହନେସ୍‌ବର୍ଗରେ ଗସ୍ତରେ ଅଛନ୍ତି। ସେ ଗୁରୁତ୍ବାରୋପ କରି କହିଛନ୍ତି ଆମେ ଅନ୍ୟ ରାଷ୍ଟ୍ରଙ୍କ ସହିତ ମିଶି କାମ କରିବାକୁ ପ୍ରତିବଦ୍ଧ ଏବଂ ‘ବ୍ରିକ୍‌ସ୍‌’ରେ ଯୋଗ ଦେବାକୁ ଆଗ୍ରହୀ ଦେଶମାନଙ୍କୁ ମଧ୍ୟ ସାମିଲ କରିବୁ। ‘ପିଟିଆଇ’ ରିପୋର୍ଟ କରିଛି ଯେ, ‘ବ୍ରିକ୍‌ସ୍‌’ରେ ନୂଆ ସଦସ୍ୟ ରାଷ୍ଟ୍ରଙ୍କୁ ସାମିଲ କରିବା ଲାଗି କରାଯାଇଥିବା ଚୟନ ଓ ସମ୍ମତି ପ୍ରକ୍ରିୟାରେ ଭାରତ ନେତୃତ୍ବ ନେଇଥିଲା। ‘ବ୍ରିକ୍‌ସ୍‌’ ସମ୍ପ୍ରସାରଣ ନିମନ୍ତେ ବୁଧବାର ଦିନ ପ୍ରସ୍ତାବ ଆଗତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଏଥପ୍ରତି ଭାରତର ପୂର୍ଣ୍ଣ ସମର୍ଥନ ରହିଛି।

 

Breaking News