Report Card Odisha

| Daily Odia News

ଆଲ୍‌ବର୍ଟାରେ ବିମାନ ଦୁର୍ଘଟଣା,୬ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଲବର୍ଟା ପ୍ରଦେଶ ଅନ୍ତର୍ଗତ କାଲ୍‌ଗେରିର ପଶ୍ଚିମପ୍ରାନ୍ତରେ ଗୋଟାଏ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ୬ଜଣଙ୍କର ମୃତ୍ୟୁ ଘଟିଚି | ଏନେଇ କାନାଡା ପୋଲିସ ପକ୍ଷରୁ ସୂଚନା ମିଳିଛି । ‘ଦି ରୟାଲ୍‌ କାନାଡିୟାନ୍‌ ମାଉଣ୍ଟେଡ୍‌ ପୋଲିସ୍‌’ କହିଛି, ଜଣେ ପାଇଲଟ୍‌ ଓ ୫ଜଣ ଯାତ୍ରୀ ଥିବା ଉକ୍ତ ବିମାନ ଶୁକ୍ରବାର ରାତିରେ ସହରର ପଶ୍ଚିମପ୍ରାନ୍ତରେ ଥିବା ସ୍ପ୍ରିଙ୍ଗ୍‌ବ୍ୟାଙ୍କ୍‌ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରି ବ୍ରିଟିସ୍‌ କଲମ୍ବିଆର ସାଲ୍‌ମନ୍‌ ଆର୍ମ ଆଡ଼କୁ ଯାଉଥିଲା। ବିମାନଟି ନିଖୋଜ ହୋଇଥିବା କଥା ଅଣ୍ଟାରିଓ ଅନ୍ତର୍ଗତ ଟ୍ରେନ୍‌ଟନ୍‌ସ୍ଥିତ ‘ଜଏଣ୍ଟ୍‌ ରେସ୍କ୍ୟୁ କ‌ୋଅର୍ଡିନେସନ୍‌ ସେଣ୍ଟର୍‌’ ବିଳମ୍ବରେ ରିପୋର୍ଟ କରିଥିଲା। ବିମାନ ନିଖୋଜ ବିଷୟରେ ରାତି ୧ଟା ବେଳେ ‘ଜଏଣ୍ଟ୍‌ ରେସ୍କ୍ୟୁ କ‌ୋଅର୍ଡିନେସନ୍‌ ସେଣ୍ଟର୍‌’ରୁ ଖବର ମିଳିଥିଲା ବୋଲି ପୋଲିସ କହିଛି। ନିଖୋଜ ବିମାନର ସନ୍ଧାନ ନେବା ପାଇଁ ‘ରୟାଲ୍‌ କାନାଡିଆନ୍‌ ଏୟାର୍‌ ଫୋର୍ସ’ର ‘ହକ୍ୟୁଲିଜ୍‌’ ବିମାନ ପଠାଯାଇଥିଲା। ସନ୍ଧାନକାରୀମାନେ କେଲ୍‌ଗାରିର ପଶ୍ଚିମ ପ୍ରାନ୍ତର ପ୍ରାୟ ୬୦ କିଲୋମିଟର୍‌ ଦୂରରେ ଥିବା ‘ମାଉଣ୍ଟ୍‌ ବୋଗାର୍ଟ’ରେ ଉକ୍ତ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିଥିବା ଦେଖିଥିଲେ। ଦୁର୍ଘଟଣାରେ କେହି ବଞ୍ଚି ନ ଥିବା କଥା ଘଟଣାସ୍ଥଳକୁ ‘ହର୍‌କ୍ୟୁଲିଜ୍‌’ କ୍ରୁ’ ଓ ‘ଆଲବର୍ଟା ମାଉଣ୍ଟେନ୍‌ ରେସ୍କ୍ୟୁ’ ଟିମ୍‌ ପଠାଯାଇଥିବା ସୁନିଶ୍ଚିତ କରିଛନ୍ତି ।ଦୁର୍ଘଟଣାଗ୍ରସ୍ତ ବିମାନଟି ହେଉଛି ଏକକ-ଇଞ୍ଜିନ୍‌ବିଶିଷ୍ଟ ‘ପାଇପର୍‌ ପିଏ-୩୨’। ବୋର୍ଡ ଏହି ଦୁର୍ଘଟଣାର କାରଣ ବିଷୟରେ ତଦନ୍ତ ଚଳାଇଥିବା ନେଇ ‘ଟ୍ରାନ୍‌ସ୍‌ପୋର୍ଟେସନ୍‌ ସେଫ୍ଟି ବୋର୍ଡ’ର ଜଣେ ମୁଖପାତ୍ର କହିଛନ୍ତି ।

 

Breaking News