ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲା ଅନ୍ତର୍ଗତ ବଧାର୍ ଗ୍ରାମ ନିକଟ ହାଥରସ୍-ଆଗ୍ରା ରାସ୍ତାରେ ଯାଉଥିବା କାଉଡ଼ିଆଙ୍କ ଉପରେ ଦ୍ରୁତଗାମୀ ଟ୍ରକ୍ ଚଢ଼ିଯିଯାଇଛି | ଫଳରେ ୬ ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ୫ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିଲା ଏବଂ ଆଉ ଜଣେ ସାଂଘାତିକ ଆହତ ହୋଇଥିଲେ। ଚିକିତ୍ସାଧୀନ ଆହତ ଆହତ କାଉଡ଼ିଆଙ୍କୁ ଆଗ୍ରା ମେଡିକାଲ୍ କଲେଜକୁ ରେଫର୍ କରାଯାଇଥିଲା, କିନ୍ତୁ ତାଙ୍କର ମୃତ୍ୟୁ ଘଟିଲା।ସଂଗୃହୀତ ସୂଚନା ଅନୁସାରେ, ଉକ୍ତ କାଉଡ଼ିଆମାନେ ମଧ୍ୟପ୍ରଦେଶର ଗ୍ବାଲିୟର୍ରୁ ଆସିଥିବା ଉକ୍ତ କାଉଡ଼ିଆଙ୍କ ଉପରେ ରାତି ପ୍ରାୟ ୨.୧୫ରେ ସଦାବାଦ୍ ଥାନା ଅଞ୍ଚଳ ଦେଇ ପଡ଼ିଥିବା ୯୩ ନମ୍ବର ଜାତୀୟ ରାଜପଥରେ ସେ ଟ୍ରକ୍ଟି ଚଢ଼ିଯାଇଥିଲା। ସେମାନେ ହରିଦ୍ବାରରୁ ଗ୍ବାଲିୟର୍ ଫେରୁଥିଲେ। ମୃତ କାଉଡ଼ିଆମାନଙ୍କର ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଛି। ଆଗ୍ରା ଜୋନ୍ର ‘ଏଡିଜି’ ରାଜୀବ କୃଷ୍ଣ କହିଛନ୍ତି, ହାଥରସ୍ର ସଦାବାଦ୍ ଥାନା ଅଞ୍ଚଳରେ ରାତି ପ୍ରାୟ ୨.୧୫ରେ ୭ଜଣ କାଉଡ଼ିଆଙ୍କ ଉପରେ ଗୋଟାଏ ଟ୍ରକ୍ ଚଢ଼ିଯିବାରୁ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧ ସାଙ୍ଘାତିକ ଆହତ ହୋଇଛନ୍ତି। ସେମାନେ ହିରଦ୍ବାରରୁ ଗ୍ବାଲିୟର୍ ପ୍ରତ୍ୟାବର୍ତ୍ତନ କରୁଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ରାଜୀବ କୃଷ୍ଣ କହିଛନ୍ତି: ଘଟଣାର ତଦନ୍ତ ଚାଲିଛି। ଆମେ ଡ୍ରାଇଭର୍ ସଂକ୍ରାନ୍ତରେ ସୂଚନା ପାଇଛୁ। ଅବିଳମ୍ବେ ତାଙ୍କୁ ଗିରଫ କରାଯିବ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..