Report Card Odisha

| Daily Odia News

ନିଲମ୍ବନ ହେବେ ୬ କର୍ମଚାରୀ…..

ରିପୋର୍ଟ କାର୍ଡ / ଆଠଗଡ଼

ବନ ବିଭାଗ ହେପାଜତରେ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ମାମଲାରେ ଆଠଗଡ଼ ବନ ବିଭାଗର ୬ଜଣ କର୍ମଚାରୀ ନିଲମ୍ବନ ହେବେ। ଆଜି ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ୱାଳ। ସେ କହିଛନ୍ତି,ଗତକାଲି ବଡମ୍ବା ରେଞ୍ଜର ସୁବ୍ରତ ବେହେରା ସମେତ ୬ଜଣ ବନ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ଼ଥିଲା। ବିଭାଗୀୟ ନିୟମ ଅନୁସାରେ ଗିରଫ ହେବାର ୪୮ ଘଣ୍ଟା ମଧ୍ୟରେ ନିଲମ୍ବନ କରାଯିବ। ରେଂଜରଙ୍କୁ ଛାଡି ଅନ୍ୟ ଅଭିଯୁକ୍ତ ମାନଙ୍କୁ ନିଲମ୍ବନ କରିବେ ଡିଏଫଓ । ରେଂଜରଙ୍କ ନିଲମ୍ବନ ପାଇଁ ବନବିଭାଗ ମୁଖ୍ୟ କାର୍ଯ୍ୟାଳୟକୁ ସୁପାରିଶ କରିବେ ଡିଏଫଓ । ହାତୀ ଶିକାର ଓ ଦାନ୍ତ ଚୋରି ଅଭିଯୋଗରେ ଗତ ୫ ତାରିଖ ରାତିରେ ବଡମ୍ବା ସାତଗୋଛିଆ ଗାଁର ଧନେଶ୍ଵର ବେହେରାଙ୍କୁ ଏକ ପେଟ୍ରୋଲ ପମ୍ପ ନିକଟରୁ ଉଠାଇଆଣିଥିଲା ବନ ବିଭାଗ ଟିମ୍। ଏହି ଟିମ୍ ଧନେଶ୍ୱରଙ୍କୁ ତିଗିରିଆ ୱାଚ୍ ଟାୱାର ଠାରେ ପଚରାଉଚରା କରିବା ବେଳେ ପ୍ରବଳ ମାଡ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବଡମ୍ବା ଥାନାରେ ଅଭିଯୋଗ ହୋଇଥିଲା।

Breaking News