ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଗୁଇନ୍ଦା ବିଭାଗ ୬ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତଙ୍କବାଦୀମାନେ ସହରର ଏଶବାଗ ଥାନାଠାରୁ ୨୦୦ ମିଟର ଦୂରରେ ଘର ଭଡ଼ା ନେଇ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ଗୁଇନ୍ଦା ବିଭାଗ ପକ୍ଷରୁ ଅପରେସନ ଚଳାଇ ୬ ଆତଙ୍କୀଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ, ଗୁଇନ୍ଦା ବିଭାଗର ଅଧିକାରୀମାନେ ଘରୁ ଲାପଟପ୍, ଅସ୍ତ୍ରଶସ୍ତ୍ର ଓ ବିପୁଳ ମାତ୍ରାର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଏହା ବ୍ୟତୀତ କରୋନ୍ଦ ଅଞ୍ଚଳରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଅଧିକାରୀମାନେ ଘରକୁ ସିଲ୍ କରି ଅଜ୍ଞାତ ସ୍ଥାନରେ ଆତଙ୍କବାଦୀଙ୍କୁ ପଚରାଉଚରା କରୁଛନ୍ତି। ଏହି ପ୍ରସଙ୍ଗରେ ଭୋପାଳ କମିଶନର ମାକରନ୍ଦ ଦେଓସ୍କର କହିଛନ୍ତି ଯେ, ଏହା ତାଙ୍କର କାର୍ଯ୍ୟାନୁଷ୍ଠାନ ନୁହେଁ। ଏଟିଏସ ପକ୍ଷରୁ ଚଢାଉ ହୋଇଛି। ତେବେ ଏଟିଏସ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ବିବୃତ୍ତି ମିଳିନାହିଁ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..