Report Card Odisha

| Daily Odia News

ସେନା ଗୁଳିରେ ୬୦ ବିକ୍ଷୋଭକାରୀ ନିହତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କେନ୍ଦ୍ରୀୟ ଆଫ୍ରିକୀୟ ରାଷ୍ଟ୍ର ଚାଦ୍‌ରେ ସରକାର ବିରୋଧୀ ଆନ୍ଦୋଳନ ହିଂସ୍ର ହେବାରେ ଲାଗିଛି। ଗଣତାନ୍ତ୍ରିକ ଶାସନ ଦାବିରେ ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀମାନେ ରାଜଧାନୀ ଏନ୍‌ଜାମେନାରେ ଭଙ୍ଗାରୁଜା ଓ ପୋଡ଼ାଜଳା କରୁଥିବାବେଳେ ସେନା ପକ୍ଷରୁ ଲୁହବୁହା ବାଷ୍ପ ସହ ମାରଣାସ୍ତ୍ର ପ୍ରୟୋଗ କରାଯାଇଛି। ସୁରକ୍ଷା ବଳର ଆଖିବୁଜା ଗୁଳିମାଡ଼ରେ ଅନୂ୍ୟନ ୬୦ ବିକ୍ଷୋଭକାରୀ ନିହତ ହୋଇଛନ୍ତି। ରାସ୍ତାଗୁଡ଼ିକରେ ଟାୟାର ଜଳୁଛି। ପୋଲିସ ବ୍ୟାରିକେଡ୍‌ କରି ରାସ୍ତା ଅବରୋଧ କରିଛି। ଲୁଟ୍‌ପାଟ୍‌କୁ ଏଡ଼ାଇବା ପାଇଁ ଦୋକାନବଜାର ବନ୍ଦ ରହିଛି। ସୁରକ୍ଷା ବଳ ଆମତ୍ରକ୍ଷା ପାଇଁ ଗୁଳି ଚଳାଇଥିବା ପ୍ରଧାନମନ୍ତ୍ରୀ ସାଲେହ କେବ୍‌ଜାଓ ସୂଚନା ଦେଇଛନ୍ତି। ମଧ୍ୟବର୍ତ୍ତିକାଳୀନ ନେତା ମହମଦ୍‌ ଇଦ୍ରିସ୍‌ ଡେବିଙ୍କ କାର୍ଯ୍ୟକାଳ ଦୁଇବର୍ଷ ବଢ଼ାଯିବା ପ୍ରତିବାଦରେ ମୁଣ୍ଡ ଟେକିଥିବା ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଅନେକ ସହରରେ କର୍ଫ୍ୟୁ ଜାରି କରାଯାଇଛି। ଫ୍ରାନ୍ସ ଓ ଆଫ୍ରିକୀୟ ସଂଘ ସେନାର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି।

Breaking News