Report Card Odisha

| Daily Odia News

୬୦ ମହଲା କୋଠାରେ ଅଗ୍ନିକାଣ୍ଡ,ଜଣେ ମୃତ…..

ରିପୋର୍ଟ କାର୍ଡ / ମୁମ୍ବାଇ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇର ଏକ ୬୦ ମହଲା ବିଶିଷ୍ଟ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁୂ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ଘଟଣା ମୁମ୍ବଇର କରୀ ରୋଡ ଅଞ୍ଚଳରେ ମାଧବ ପଲବ ମାର୍ଗ ଅଞ୍ଚଳର। ଅଟ୍ଟାଳିକାର ୧୯ ତମ ମହଲାରେ ନିଆଁଲାଗିଛି। ଏହି ମହଲାରେ ଥିବା ଲୋକେ ବାଲକୋନିରେ ଲଟକି ରହିଥିଲେ ବୋଲି ସୂଚନା ମିଳିଛି। ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ ଏଯାଏଁ କୌଣସି ସୂଚନା ମିଳିନାହିଁ। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ। ଏହି ବୃହତ୍ତ ଅଟ୍ଟାଳିକା ଟି ୬୦ ମହଲା ବିଶିଷ୍ଟ ବୋଲି ଜଣାପଡିଥିବା ବେଳେ ଏହାର ୧୯ ମହଲାରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

Breaking News