Report Card Odisha

| Daily Odia News

ନିଯୁକ୍ତି ପାଇବେ ୬୦୨୫ ଶିକ୍ଷକ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ବିଭିନ୍ନ ହାଇସ୍କୁଲମାନଙ୍କରେ ୬୦୨୫ଟି ଲିଭ୍ ଆଣ୍ଡ ଟ୍ରେନିଂ ରିଜର୍ଭ ଶିକ୍ଷକ ପଦବୀ ପୂରଣ ହେବ । ଛୁଟି, ଟ୍ରେନିଂ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ଶିକ୍ଷକଙ୍କ ଅନୁପସ୍ଥିତିକୁ ଭରଣା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ହାଇସ୍କୁଲଗୁଡ଼ିକରେ ମୋଟ ୪୦,୧୬୬ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ରହିଛି । ଏହି ପଦବୀର ୧୫ ପ୍ରତିଶତ ଅର୍ଥାତ ୬୦୨୫ଟି ବିଭିନ୍ନ ବିଷୟର ଶିକ୍ଷକ ପଦବୀ ସୃଷ୍ଟି କରାଯିବ । ତେବେ ଏହା ମଧ୍ୟରେ ଏହି ଏଲଟିଆର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଟିଜିଟି କଳାରେ ୧୯୮୪, ବିଜ୍ଞାନ ବର୍ଗର ପିସିଏମରେ ୧୦୨୦ ଓ ସିବିଜେଡରେ ୯୮୦, ହିନ୍ଦିରେ ୭୧୧, ସଂସ୍କୃତିରେ ୭୨୯, ପିଇଟିରେ ୬୮୧, ଉର୍ଦ୍ଦୁରେ ୧୪ ଓ ତେଲୁଗୁରେ ୬ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଏଲଟିଆର ଶିକ୍ଷକଙ୍କୁ ରେଗୁଲାର ଶିକ୍ଷକଙ୍କ ପରି ସମାନ ଦରମା ପ୍ରଦାନ କରାଯିବ । ଏଜିଙ୍କ ମଞ୍ଜୁରୀ ମିଳିବା ପରେ ଖୁବଶୀଘ୍ର ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ।

 

Breaking News