Report Card Odisha

| Daily Odia News

ଭୁବନେଶ୍ୱରରେ ହେବ ୬୭ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-୨୦୨୨…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚଳିତ ବର୍ଷ ପୂର୍ବତଟ ରେଳପଥ ମେ’ ୨୮ ତାରିଖ ଅର୍ଥାତ ଆସନ୍ତାକାଲି ୬୭ତମ ଜାତୀୟ ରେଳ ପୁରସ୍କାର ଉତ୍ସବ-୨୦୨୨ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱରର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ହୋଇଛି | ରେଳମନ୍ତ୍ରୀ ଅଶ୍ୱିନୀ ଵୈଷ୍ଣବ, ରେଳବାଇ, କୋଇଲା ଏବଂ ଖଣି ବିଭାଗର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ରାଓସାହେବ ପାଟିଲ ଡାନଭେ, ରେଳବାଇ ଏବଂ ଟେକ୍ସଟାଇଲର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଦର୍ଶନା ଜରଦୋଶ ସେହିଦିନ ଓଡ଼ିଶା ଗସ୍ତରେ ଆସି ଆୟୋଜିତ ଜାତୀୟ ରେଳ ପୁରସ୍କାରର ଉପସ୍ଥାପନା ସମାରୋହରେ ଯୋଗଦେବେ। ମନ୍ତ୍ରୀ ଶ୍ରୀ ଵୈଷ୍ଣବ ଓ ରେଳ ରାଜ୍ୟ ମନ୍ତ୍ରୀମାନେ ଭୁବନେଶ୍ୱରରେ ଗୋଟିଏ ଦିନ ରହିବେ। ଏଥିରେ ରେଳବାଇ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ରେଳବାଇ ବୋର୍ଡ ସଦସ୍ୟ ଏବଂ ବିଭାଗୀୟ ନିର୍ଦ୍ଦେଶକ ଉପସ୍ଥିତ ରହିବେ। ଏହି ସମାରୋହରେ ଉଲ୍ଲେଖନୀୟ ସେବା ପାଇଁ ୧୫୫ ଜଣ ରେଳବାଇ କର୍ମଚାରୀ ପୁରସ୍କୃତ ହେବାକୁ ଥିବା ବେଳେ ଜୋନାଲ ରେଳବାଇ, ଉତ୍ପାଦନ ୟୁନିଟ୍ ଏବଂ ରେଳବାଇ ପିଏସୟୁ ପାଇଁ ୨୧ଟି ସିଲ୍ଡ ସହିତ ପୁରସ୍କୃତ କରାଯିବ। ଭାରତୀୟ ରେଳବାଇର ଏହା ହେଉଛି ଏକ ପ୍ରମୁଖ କାର୍ଯ୍ୟ ଯେଉଁଠାରେ ଭୁବନେଶ୍ୱରରେ ରେଳ ମନ୍ତ୍ରଣାଳୟର ଏକ ସମ୍ପୂର୍ଣ୍ଣ କାର୍ଯ୍ୟବଳର ମୁଖ୍ୟମାନେ ଉପସ୍ଥିତ ରହିବେ। ପୂର୍ବତଟ ରେଳପଥ ଭୁବନେଶ୍ୱରରେ ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକୁ ଆୟୋଜନ ହେଉଛି ।

Breaking News