ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦୁଇ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ ବଢିଛି | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୮୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ଅଧିକ ପ୍ରାୟ ୨୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକ ପୂର୍ବରୁ ୪୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୯୭ ଓ ସ୍ଥାନୀୟ ସଂକ୍ରମିତ ୨୮୩ ଜଣ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷ ବୟସରୁ କମ୍ ଶିଶୁ ଓ କିଶୋର ୧୧୯ ଜଣ ରହିଛନ୍ତି । ବାଲେଶ୍ୱର ଜିଲ୍ଲାରେ ଜଣେ ୫୦ ବର୍ଷ ବୟସ୍କ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ୱର ୩୪, ବରଗଡ ୧୪, ବଲାଙ୍ଗିର ୪, କଟକ ୫୯, ଦେବଗଡ ୯, ଢେଙ୍କାନାଳ ୧, ଗଜପତି ୪, ଗଞ୍ଜାମ ୧୨, ଜଗତସିଂହପୁର ୭ ଓ ଯାଜପୁରରୁ ୭ ଚିହ୍ନଟ ହୋଇଛନ୍ତି । ସେହିଭଳି ଝାରସୁଗୁଡା ୨୫, କେନ୍ଦ୍ରାପଡା ୩, କେନ୍ଦୁଝର ୮, ଖୋର୍ଦ୍ଧା ୨୬୩, କୋରାପୁଟ ୯, ମୟୁରଭଞ୍ଜ ୮, ନବରଙ୍ଗପୁର ୧୩, ନୟାଗଡ ୪, ନୂଆପଡା ୧, ପୁରୀ ୧୫, ରାୟଗଡା ୧, ସମ୍ବଲପୁର ୪୨, ସୋନପୁର ୬, ସୁନ୍ଦରଗଡ ୬୯ ଏବଂ ଷ୍ଟେଟପୁଲରରୁ ୬୧ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ ୧୪୬ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନାରୁ ଏପର୍ଯ୍ୟନ୍ତ ୧୦୪୫୨୫୫ ଜଣ ସୁସ୍ଥ ହୋଇସାରିଛନ୍ତି । ସଂପ୍ରତି ୨୮୮୮ ସକ୍ରିୟ ସଂକ୍ରମିତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି | ସେହିପା ଆଜି ଜଣେ କରୋନା ଆକ୍ରାନ୍ତଂକର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି ।
More Stories
ଗରିବଙ୍କ କୁଡ଼ିଆରେ ଫଟୋ ଉଠାଇ ଆନନ୍ଦ ପାଆନ୍ତି,ଗରିବଙ୍କ ଉପରେ ଭାଷଣ ବୋରିଂ……
ଆସନ୍ତାକାଲି ଦିଲ୍ଲୀ ନିର୍ବାଚନ,ହନୁମାନ ଙ୍କୁ ପୂଜାର୍ଚ୍ଚନା କଲେ କେଜ୍ରିୱାଲ୍……
ଭିଜିଲାନ୍ସ ଜାଲରେ ଏଏସଆଇ……