ରିପୋର୍ଟ କାର୍ଡ / ଭୁବନେଶ୍ଵର
ସମ୍ଭାବ୍ୟ ବାତ୍ୟା ଅକବାନ୍ ଗତିପଥ ପୁଣିଥରେ ବଦଳିଚି। ପୂର୍ବରୁ ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଉଥିଲା। କିନ୍ତୁ ଏବେ ନରସାପୁରରୁ-ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି। ଫଳରେ ଓଡିଶା ପାଇଁ ଚିନ୍ତା ବଢିଛି। ବର୍ତ୍ତମାନ୍ ୭ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ଅକବାନ୍। ଉତ୍ତର ଆନ୍ଧ୍ର ଏବଂ ୟାନମ୍ ଏବଂ ଦକ୍ଷିଣ ଓଡିଶା ଉପକୂଳକୁ ଛୁଇଁବ। ଗୋପାଳପୁରଠାରୁ ୭୧୦ କିମି ଏବଂ ପୁରୀରୁ ୭୭୦ କିମି ଦୂରରେ ରହିଛି। ଏବଂ ବିଶାଖାପାଠଣାଠାରୁ ୫୮୦ କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ। ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୧୧୦ କିମି ରହିବ। ବାତ୍ୟା ପ୍ରଭାବରେ ଆଜି ସନ୍ଧ୍ୟାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବିଶେଷକରି ୧୯ ଓ ୨୦ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବା ଆଶଙ୍କା ରହିଛି। କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ। ସମୁଦ୍ର ମଧ୍ୟରେ ଏହା ଶକ୍ତିଶାଳୀ ହେଉଥିଲେ ମଧ୍ୟ ଉପକୂଳ ନିକଟକୁ ଆସିବା ବେଳକୁ ଦୁର୍ବଳ ହୋଇଯିବା ନେଇ ସୂଚନା ରହିଛି।






More Stories
ଆଜିଠାରୁ ଶୀତ ଅଧିବେଶନ:୪ଟା ଯାଏଁ ଗୃହ ମୁଲତବୀ…..
ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର…..
ବାତ୍ୟାକୁ ନେଇ ବଡ ସୂଚନା ଦେଲେ ଆଇଏମଡି ଡିଜି…..