ରିପୋର୍ଟ କାର୍ଡ / ଭୁବନେଶ୍ଵର
ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ର ମୁକାବିଲା ଏବଂ ଏହାର ପ୍ରଭାବକୁ ହ୍ରାସ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ଏହି କ୍ରମରେ ୪ଟି ଜିଲ୍ଲାରେ ବାତ୍ୟା ପରିଚାଳନା ପାଇଁ ୪ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।ନିଷ୍ପତ୍ତି ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ଦାୟିତ୍ୱ ବରିଷ୍ଠ ଆଇଏଏସ୍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଦିଆଯାଇଥିବା ବେଳେ ପୁରୀ ଜିଲ୍ଲା ପାଇଁ ଅରବିନ୍ଦ ଅଗ୍ରୱାଲଙ୍କୁ ନିଯୁକ୍ତ କରାଯାଇଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଦାୟିତ୍ୱ ସମୀର ପ୍ରଧାନ ଏବଂ ଗଜପତି ଜିଲ୍ଲାର ଦାୟିତ୍ୱ ମାନସୀ ନିମ୍ଭାଳଙ୍କୁ ଅର୍ପଣ କରାଯାଇଛି। ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲାରେ ପହଞ୍ଚି ବାତ୍ୟା ମୁକାବିଲା ପ୍ରସ୍ତୁତିର ତଦାରଖ କରିବେ।






More Stories
ନରସାପୁର-ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା…..
ଆଜିଠାରୁ ଶୀତ ଅଧିବେଶନ:୪ଟା ଯାଏଁ ଗୃହ ମୁଲତବୀ…..
ବିଧାୟକଙ୍କୁ ଉପରାଷ୍ଟ୍ରପତିଙ୍କ ଗୁରୁମନ୍ତ୍ର…..