Report Card Odisha

| Daily Odia News

ଆମ୍ବୁଲାନ୍ସ ଓ କଣ୍ଟେନର ଧକ୍କା,୭ ମୃତ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଆଜି ଏକ ବଡଧରଣର ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି । ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାନୁଯାୟୀ, ବରେଲୀ ଜିଲ୍ଲା ଫତେଗଞ୍ଜ ଥାନା ଅଞ୍ଚଳରେ ଆମ୍ବୁଲାନ୍ସ ଓ କଣ୍ଟେନର ମଧ୍ୟରେ ଭୀଷଣ ଧକ୍କା ହୋଇ ଘଟଣା ସ୍ଥଳରେ ହିଁ ସାତ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ସାମିଲ ଅଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।

Breaking News