ରିପୋର୍ଟ କାର୍ଡ / ଜଗଦଲପୁର
ଛତିଶଗଡ଼ର ଜଗଦଲପୁର ମାଲଗାଓଁରେ ଆଜି ଏକ ଚୂନ ପଥର ଖାଦାନ ଭୁଶୁଡ଼ିଯାଇଛି | ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି | ମୃତକଙ୍କ ମଧ୍ୟରେ୬ ଜଣ ମହିଳା ଏବଂ ଜଣେ ପୁରୁଷ ଅଛନ୍ତି | ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବାବେଳେ ମେଡିକାଲ ନେବାବେଳେ ଦୁଇ ଜଣକର ମୃତ୍ୟୁ ହୋଇଥିଲା | ଏବେ ବି ୧୦ ଜଣ ଫସିରହିଥିବା ଜଣା ପଡିଛି | ଘଟଣାସ୍ଥଳରେ ପୋଲିସ ଏବଂ ତହସିଲଦାର ପହଂଚିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳରେ ଏସଡ଼ିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..
ମୋହସିନା କିଦୱାଇଙ୍କ ପରଲୋକ…..