ରିପୋର୍ଟ କାର୍ଡ / ବଲାଙ୍ଗୀର
ସ୍କୁଲରେ ଉଠବସ୍ ହୋଇ ୭ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି | ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ପାଟଣାଗଡ଼ ରୁ | ବାପୁଜୀ ହାଇସ୍କୁଲର ୭ ଛାତ୍ରୀଙ୍କୁ ଶିକ୍ଷକ ଉଠବସ୍ କରିବାରୁ ସେମାନେ ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି । ତେବେ ପ୍ରାର୍ଥନା ସଭାରେ ବିଳମ୍ବରେ ପହଞ୍ଚିବା କାରଣରୁ ଉଠବସ୍ କରିବା ଅଭିଯୋଗ ହୋଇଥିବା ଜଣାପଡିଛି । ଉଠବସ୍ କରିବା ପରେ ଛାତ୍ରୀମାନେ ଅଚେତ ହୋଇପଡ଼ିବାରୁ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….