ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜ୍ୟରେ ରାସକାର୍ଡର ଏକ ବଡ କେଳେଙ୍କାରୀ ଦେଖିବାକୁ ମିଳିଛି । ରାଜ୍ୟରେ ୭ ଲକ୍ଷ ଭୂତ ରାସନକାର୍ଡ ହିତାଧିକାରୀ ନାଁରେ ଲୁଟ ହେଉଥିଲା ରାସନ। ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ବି ହାତେଇ ଥିଲେ ରାସନକାର୍ଡ । ନୂଆ ସରକାର ଇ-କେଓ୍ବାସି ପ୍ରକିୟା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଗତ ୨ବର୍ଷ ଭିତରେ ୩୪,୯୩୯ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କ କାର୍ଡ ରଦ୍ଦ ହୋଇଛି। ୭ ଲକ୍ଷ ୭୫ ହଜାର ୬୪ ଜଣ ମୃତକଙ୍କୁ ରାସନକାର୍ଡରୁ ବାଦ୍ ଦିଆଯାଇଛି। ପୂର୍ବରୁ ମନ୍ତ୍ରୀ କହିଥିଲେ, ୨୪ ବର୍ଷ କାଳ ସରକାର ଥିବା ସମୟରେ ହିଁ ଭୁତ ରାସନ କାର୍ଡ ଗୁଡିକ ହୋଇଛି ଏବଂ ବର୍ତ୍ତମାନ ସେଗୁଡିକୁ ଇ- କେୱାସି ଜରିଆରେ ପୁନଃ ସଂଶୋଧନ କରି ଛାଣି ଦିଆଯାଉଛି।






More Stories
ବିଜେପିରେ ମିଶିଲେ ରବିନ୍ଦ୍ର ଜେନା….
ରାସ୍ତାରେ ଚୁଲି ଜାଳିଲା ବିଜେଡି…..
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..