Report Card Odisha

| Daily Odia News

ଗିରଫର ୪ ଘଣ୍ଟା ପରେ ରୋଡ୍ ରୋମିଓଙ୍କୁ ଜାମିନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କ୍ୟାପଟେନ ଗୁରୁବଂଶ ସିଂହ ଏବଂ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ୭ ରୋଡ ରୋମିଓଙ୍କୁ ମିଳିଛି ଜାମିନ। ଶନିବାର ଅପରାହ୍ନରେ ଚନ୍ଦକା ଥାନା ପୋଲିସ ଏହି ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫର ପ୍ରାୟ ୪ ଘଣ୍ଟା ପରେ ସମସ୍ତ ଅଭିଯୁକ୍ତମାନଙ୍କୁ ଭୁବନେଶ୍ଵର ଜେଏମଏଫସି କୋର୍ଟରୁ ଜାମିନ ମିଳିଛି। ଅଭିଯୁକ୍ତମାନେ ହେଲେ ରାକେଶ ନାୟକ, ଅମନ କୁମାର, ଆଦିତ୍ୟ ବେହେରା, ଆକାଶ ପଢ଼ିଆରୀ, ଅଭିଳାଷ ସାମନ୍ତ, ହରିଶ ମହାନ୍ତ, ଆଶିଷ ସ୍ଵାଇଁ। ମିଳିଥିବା ସୂଚନା ଅନୁସାରେ, କୋର୍ଟରେ ମାମଲାର ଶୁଣାଣି ବେଳେ ପୋଲିସ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲା। ପୋଲିସ ୫ଟି ଦଫା ଲଗାଇଥିଲା। କିନ୍ତୁ ସମସ୍ତ ଦଫା କୋହଳ ଥିବାରୁ ଥାନାରୁ ହିଁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିବା କଥା। ମାତ୍ର ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ନିଜେ କୋର୍ଟରେ ଉପସ୍ଥିତ ନ ଥିଲେ। କୋର୍ଟରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ କୋର୍ଟଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ ଦେଇଥିଲେ କୋର୍ଟ।

Breaking News