ରିପୋର୍ଟ କାର୍ଡ / ଭୁବନେଶ୍ବର
ଭରତପୁର ଥାନା ଅଞ୍ଚଳରେ ଗତ ୧୫ ତାରିଖ ରାତିରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ଙ୍କୁ ଗତ ୧୫ ତାରିଖ ରାତି ୨ଟାରେ ଗାଡ଼ିରେ ଯାଉଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇ ଗଣ୍ଡଗୋଳ କରିଥିଲେ। ଅଭିଯୁକ୍ତମାନେ ସୁନ୍ଦରପୁର ରାସ୍ତାରେ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ ଓ ଭରତପୁର ଥାନା ଆଇଆଇସିଙ୍କ ଏତଲା ଆଧାରରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୧୧ଟି ମୋବାଇଲ ଓ ଗୋଟିଏ ଗାଡ଼ି ଜବତ ହୋଇଛି। ଅତିରିକ୍ତ ଡିସିପି କୃଷ୍ଣ ପ୍ରସାଦ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି। ଏହାରି ମଧ୍ୟରେ ଅଭିଯୁକ୍ତ ଛାତ୍ରମାନେ କହିଛନ୍ତି, ଆମେ କାହାରିକୁ ମାଡ଼ ମାରି ନାହିଁ। ତାଙ୍କୁ କିପରି ଆଘାତ ଲାଗିତ ତାହା ଜାଣିନାହୁଁ। ତେବେ ଅଭିଯୁକ୍ତମାନେ ଗିରଫ ହେବା ପୂର୍ବରୁ ପୋଲିସ ଡିଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।






More Stories
ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ……
୩ରୁ ପୁରୀରେ ବ୍ରିକ୍ସ ସମ୍ମିଳନୀ…..
ରାଜ୍ୟ ସଭା ଉପ-ନିର୍ବାଚନ ବିଜ୍ଞପ୍ତି ପ୍ରକାଶ…..