ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସରକାର ରାସନ କାର୍ଡ ଧାରିଙ୍କ ଉପରେ ନେବାକୁ ଯାଉଛନ୍ତି ବଡ ନିଷ୍ପତ୍ତି। ଏହା ଦ୍ୱାରା ୭୦ ଲକ୍ଷ ରାସନ କାର୍ଡ ଧାରିଙ୍କର କାର୍ଡ ବାତିଲ ହୋଇଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ମୋଦି ସରକାର ୭୦ ଲକ୍ଷ କାର୍ଡ ଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି। ଆଉ ତୃଣମୂଳ ସ୍ତରରେ ଯାଞ୍ଚ ପାଇଁ ରାଜ୍ୟ ଗୁଡିକୁ ପଠାଇ ଦିଆଯାଇଛି । ଯାଞ୍ଚ ପରେ କାର୍ଡ ଧାରି ରାସନ ପାଇବାକୁ ଯୋଗ୍ୟ କି ନାହିଁ ଜଣାପଡିବ। ୨୦୧୩ ରୁ ୨୦୨୧ ମଧ୍ୟରେ ୪.୭୪ କୋଟି ରାସନ କାର୍ଡ ବାତିଲ କରାଯାଇଥିବା ଖାଦ୍ୟ ସଚିବ କହିଛନ୍ତି ।ଗତ ୯ ବର୍ଷରେ ନକଲି କାର୍ଡ ବାତିଲ ହେବା ଦ୍ୱାରା ୧୯ କୋଟି ଲୋକ ଉପକୃତ ହୋଇଛନ୍ତି। ସେହିଭଳି ବର୍ତ୍ତମାନ ୭୦ ଲକ୍ଷ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖାଯାଇଛି। ତଥ୍ୟ ସଂଗ୍ରହ ପରେ ନକଲି କାର୍ଡ ଧାରୀଙ୍କ ନାମ କଟାଯାଇ ନୂତନ ନାମ ରେ କାର୍ଡ ହେବ ୭୦ ଲକ୍ଷ ରୁ ୫୦ କିମ୍ବା ୬୦ ପ୍ରତିଶତ ନକଲି ସାବ୍ୟସ୍ତ ହେଲେ ତାଙ୍କ ପରିବର୍ତ୍ତେ ସୁଯୋଗ୍ୟ ଉପଭୋକ୍ତାଙ୍କୁ ଲାଭ ମିଳିବ।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..