ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଭିନ୍ନ ଦାବିନେଇ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ଚାଲିଥିବା ବେଳେ ଅନ୍ୟପଟେ ୭୪୬ ଜଣ ଚାଷୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜାନୁଆରୀ ୧୮ରେ ଚାଷୀମାନେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟକୁ ବଳ ପୂର୍ବକ ବନ୍ଦ କରି ଦେଇଥିଲେ। ଏବେ ସେମାନଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଛି। ପ୍ରାଧିକରଣ ଅଫିସର ଜେଇ ଅରୁଣ ବର୍ମାଙ୍କ ଅଭିଯୋଗକ୍ରମରେ ଜାନୁଆରୀ ୨୩ରେ ୭୦୦ରୁ ଅଧିକ ଚାଷୀଙ୍କ ବିରୋଧରେ ଏଫଆଇଆର ପଞ୍ଜୀକରଣ ହୋଇଥିଲା। ସେତେବେଳେ ଏଫଆଇଆରରେ ଥିବା ବିଷୟବସ୍ତୁକୁ ଅତ୍ୟନ୍ତ ଗୋପନ ରଖାଯାଇଥିଲା। ଏବେ ଏହା ପ୍ରାୟ ମାସକ ପରେ ସାମ୍ନାକୁ ଆସିଛି। ନୋଏଡା ପ୍ରାଧିକରଣ ଅଫିସର ସିଇଓଙ୍କ ସହ ଚାଷୀଙ୍କ ଆଲୋଚନା ବେଳେ ପୋଲିସର ବ୍ୟବହାରକୁ ସେମାନେ ବିରୋଧ କରିଥିଲେ। ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଆଇପିସିର ୫୦୬,୪୨୭,୧୫୩ଏ, ୩୪, ୧୨୦ବି, ୭,୩,୪ ଦଫାରା ମାମଲା ହୋଇଛି।ଏଫଆଇଆରରେ ୪୬ ଜଣ ଚାଷୀଙ୍କ ନାଁ ଥିବା ବେଳେ ୭୦୦ ଅଚିହ୍ନା ଲୋକ ରହିଛନ୍ତି। ଜେଇ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଜାନୁଆରୀ ୧୮ରେ ଚାଷୀମାନେ ନୋଏଡା ପ୍ରାଧିକର ଅଫିସରେ ଏକାଠି ହୋଇଥିଲେ। ସେମାନଙ୍କ ଯୋଗୁ ଅଫିସକୁ ବନ୍ଦ କରିବାକୁ ପଡ଼ିଥିଲା। ପୁରୁଷ, ମହିଳା, ଛୋଟ ପିଲା ମିଳିତ ଭାବେ ଅଫିସ ଆଗରେ ଏକାଠି ହୋଇ ନୋଏଡା ପ୍ରାଧିକରଣ ଅଧିକାରୀମାନଙ୍କ ବିରୋଧରେ ନାରାବାଜୀ କରିଥିଲେ। ସେମାନେ ବଳପୂର୍ବକୁ ଭିତରେ ପଶିବା ସହ ପୂରା ଅଫିସକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ। ପୋଲିସ ଓ ଅଫିସର ଅଧିକାରୀମାନେ ଶାନ୍ତି ବଜାୟୀ ଆଲୋଚନା ପାଇଁ ଡାକିଥିଲେ ମଧ୍ୟ ସେମାନେ ଜିଦ ଛାଡ଼ି ନଥିଲେ।






More Stories
୮ ସାଂସଦ ନିଲମ୍ବିତ…..
ଡାଟା ସେୟାରିଂ ନାଁରେ ନାଗରିକଙ୍କ ଗୋପନୀୟତାର…..
ଏନଡିଏ ବୈଠକରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ…..