Report Card Odisha

| Daily Odia News

ସୁନା ନାଁରେ ପିତଳ ଦେଇ ନେଇଥିଲେ ୫୨ ଲକ୍ଷ…..

ରିପୋର୍ଟ କାର୍ଡ / ସୋନପୁର

ନକଲି ସୁନା ବ୍ୟାଙ୍କରେ ଦେଇ ଋଣ ନେଇ ବନ୍ଧା ହେଲେ। ଏହି ଠକେଇ ମାମଲାରେ ସୋନପୁର ପୋଲିସ ୮ଜଣଙ୍କୁ ଗିରଫ କଲା । ବ୍ୟାଙ୍କ ଅଫ ବରୋଦାରୁ ସୁନା ନାଁରେ ପିତଳ ଦେଇ ୫୨ ଲକ୍ଷ ୮୩ହଜାର ଟଙ୍କା ନେଇଥିଲେ। ୮ ଜଣଙ୍କୁ ପୋଲିସ ଗିରଫ କରିବା ପରେ ଆଜି କୋର୍ଟ ଚାଲାଣ କରିଛି। ଏନେଇ ସୁବର୍ଣ୍ଣପୁର ଏସପି ସୂଚନା ଦେଇଛନ୍ତି। କହିଛନ୍ତି, ୨୦୧୯ରୁ ୨୦୨୧ ମଧ୍ୟରେ ଏହି ଠକେଇ ହୋଇଥିଲା। ଏହା ଜଣାପଡିବା ପରେ ବ୍ୟାଙ୍କର ଶାଖା ପରିଚାଳକ ସୋନପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏତଲା ଆଧାରରେ ସୋନପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବ୍ୟାଙ୍କରେ ବନ୍ଧା ପଡ଼ିଥିବା ସୁନାଗୁଡ଼ିକ ଯାଞ୍ଚ ବେଳେ ପିତଳ ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ ବ୍ୟାଙ୍କର ପୂର୍ବତନ ସୁନାରୀ ସମେତ ମୋଟ ୧୧ ଜଣ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଥିଲା। ସେଥିମଧ୍ୟରୁ ଆଜି ୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଯାହା ଭିତରେ ସୁନାରି ମଧ୍ୟ ଅଛନ୍ତି। ବ୍ୟାଙ୍କର ପୂର୍ବତନ ସୁନାରୀ ଜୟନାରାୟଣ ଠକେଇର ମୁଖ୍ୟ । ନକଲି ସୁନା ଦେଇ ଋଣ ନେଇଥିବା ୭ ଜଣଙ୍କୁ ସେ ଅସଲି ସୁନା ବୋଲି ସାର୍ଟିଫିକେଟ ଯୋଗାଇ ଦେଇଥିଲେ। ଏହି ମାମଲାରେ ବ୍ୟାଙ୍କର ଅନ୍ୟ କେଉଁମାନେ ଜଡ଼ିତ ଅଛନ୍ତି ସେନେଇ ତଦନ୍ତ ପୋଲିସ ତଦନ୍ତ କରିବ |

Breaking News