ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଜୋରାମର ହନଠିଆଲ ଜିଲ୍ଲାରେ ପଥର ଖାଦାନ ଧସିବାରୁ ୧୨ଜଣ ଶ୍ରମିକ ଚାପି ହୋଇଯାଇଥିବା ଜଣାପଡ଼ିଛି । ସମସ୍ତ ଉଦ୍ଧାର ୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ବି ୪ଜଣ ନିଖୋଜ ରହିଥିବା ସୂଚନା ମିଳୁଛି । ସେମାନଙ୍କ ମଧ୍ୟରୁ ୩ଜଣ ଶ୍ରମିକଙ୍କ ଶରୀରର କିଛି ଅଂଶ ଠାବ କରାଯାଇଥିବା କୁହାଯାଇଛି । ହେଲେ ସେମାନଙ୍କୁ ମୃତଦେହ ଉଦ୍ଧାର ହୋଇପାରିନାହିଁ । ଏବେ ବି ଜଣେ ଶ୍ରମିକଙ୍କ ପତ୍ତା ମିଳିନାହିଁ । ଉଦ୍ଧାରକାରୀ ମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ସମସ୍ତ ଶ୍ରମିକ ମାନେ ବିହାରର ବୋଲି ସୂଚନା ମିଳିଛି । ଶ୍ରମିକମାନଙ୍କ ଉଦ୍ଧାରକାର୍ଯ୍ୟରେ ଏସଡିଆରଏଫ୍, ବିଏସଏଫ୍ ଓ ଆସାମ ରାଇଫଲ୍ ନିୟୋଜିତ ହୋଇଛନ୍ତି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..